ଦେଶମୁଖ୍ୟ ଖବର

ନାସିକ ବିବାଦ ପରେ TCSର ବଡ଼ ପଦକ୍ଷେପ, ୧୫୦ କର୍ମଚାରୀଙ୍କୁ ‘ୱର୍କ ଫ୍ରମ୍ ହୋମ୍’ ନିର୍ଦ୍ଦେଶ

 

ନୂଆଦିଲ୍ଲୀ: ମହାରାଷ୍ଟ୍ରର ନାସିକରେ ଘଟିଥିବା ବହୁଚର୍ଚ୍ଚିତ ଧର୍ମ ପରିବର୍ତ୍ତନ ମାମଲା ପରେ ଟାଟା କନସଲଟାନ୍ସି ସର୍ଭିସେସ୍‌ (TCS) ଏକ ଗୁରୁତ୍ୱପୂର୍ଣ୍ଣ ପଦକ୍ଷେପ ନେଇଛି। କମ୍ପାନୀ ତାହାର ନାସିକ ୟୁନିଟର ସମସ୍ତ ୧୫୦ କର୍ମଚାରୀଙ୍କୁ ଘରୁ କାମ (ୱର୍କ ଫ୍ରମ୍ ହୋମ୍) କରିବାକୁ ନିର୍ଦ୍ଦେଶ ଦେଇଛି। ଏହା ସହିତ, ଅଫିସ ପରିସରରୁ କୌଣସି କାର୍ଯ୍ୟ ଚାଲୁ ରଖାଯିବ ନାହିଁ ବୋଲି କମ୍ପାନୀ ସ୍ପଷ୍ଟ କରିଛି।

ସୂଚନା ଅନୁଯାୟୀ, ୨୦୨୬ ମାର୍ଚ୍ଚରେ TCSର ବିପିଓ ବିଭାଗ ସମ୍ବନ୍ଧୀୟ କିଛି କର୍ମଚାରୀ ଓ ଏଚଆର୍‌ ଅଧିକାରୀଙ୍କ ବିରୋଧରେ ଧର୍ମ ପରିବର୍ତ୍ତନ ଅଭିଯୋଗ ନେଇ ପୁଲିସ୍‌ ମାମଲା ରଜିଷ୍ଟର ହୋଇଥିଲା। ଅଭିଯୋଗରେ କୁହାଯାଇଥିଲା ଯେ କିଛି କର୍ମଚାରୀଙ୍କୁ ଧର୍ମ ପରିବର୍ତ୍ତନ ପାଇଁ ଚାପ ଦିଆଯାଉଥିଲା, ସେଥିପାଇଁ ମନୋବଳ ଉପରେ ପ୍ରଭାବ ପକାଯାଉଥିଲା।

ମହିଳା କର୍ମଚାରୀମାନେ ମଧ୍ୟ ଯୌନ ଉତ୍ପୀଡ଼ନ, ଧମକ ଓ ବ୍ଲାକମେଲ ଅଭିଯୋଗ କରିଥିବା ଖବର ଆସିଛି। ପୁଲିସ ତଦନ୍ତ ପରେ କମ୍ପାନୀର କିଛି ଏଚଆର୍‌ ଅଧିକାରୀଙ୍କୁ ମୁଖ୍ୟ ଅଭିଯୁକ୍ତ ଭାବେ ଚିହ୍ନଟ କରାଯାଇଛି। ଏପର୍ଯ୍ୟନ୍ତ ୯ଟି ମାମଲା ରଜିଷ୍ଟର ହୋଇଥିବା ବେଳେ ୭ ଜଣଙ୍କୁ ଗିରଫ କରାଯାଇଛି ଏବଂ ତଦନ୍ତ ଜାରି ରହିଛି।

ମାମଲାର ଗମ୍ଭୀରତାକୁ ଦୃଷ୍ଟିରେ ରଖି ମହାରାଷ୍ଟ୍ର ସରକାର ପକ୍ଷରୁ ଏକ ବିଶେଷ ତଦନ୍ତ ଦଳ (SIT) ଗଠନ କରାଯାଇଛି। ଏହି ପରିପ୍ରେକ୍ଷିତରେ କମ୍ପାନୀ ପକ୍ଷରୁ ସୁରକ୍ଷା ଓ ପରିସ୍ଥିତିକୁ ନଜରରେ ରଖି ନାସିକ ୟୁନିଟକୁ ଅସ୍ଥାୟୀ ଭାବେ ‘ୱର୍କ ଫ୍ରମ୍ ହୋମ୍’ ମୋଡ୍‌ରେ ରଖାଯାଇଛି।

 

 

 

Show More

Related Articles

Back to top button