ମୁଖ୍ୟ ଖବରଶିକ୍ଷା

+୨ ପରୀକ୍ଷା ଖାତା ଦେଖା ପ୍ରଥମ ପର୍ଯ୍ୟାୟ ଶେଷ, ୧୭ରୁ ଦ୍ୱିତୀୟ ପର୍ଯ୍ୟାୟ

 

ଭୁବନେଶ୍ବରରେ ଉଚ୍ଚ ମାଧ୍ୟମିକ ଶିକ୍ଷା ପରିଷଦ ପକ୍ଷରୁ ପରିଚାଳିତ +୨ ପରୀକ୍ଷାର ପ୍ରଥମ ପର୍ଯ୍ୟାୟ ଖାତା ଦେଖା ବୁଧବାର ଶେଷ ହୋଇଛି। ମୋଟ ୮୪୪୮ ଅଧ୍ୟାପକ ଓ ଅଧ୍ୟାପିକା ୧୫୧ଟି ମୂଲ୍ୟାୟନ କେନ୍ଦ୍ରରେ ଖାତା ଯାଞ୍ଚ କରିଥିଲେ।

ଆସନ୍ତା ୧୭ ତାରିଖରୁ ଦ୍ୱିତୀୟ ପର୍ଯ୍ୟାୟ ମୂଲ୍ୟାୟନ ପ୍ରକ୍ରିୟା ଆରମ୍ଭ ହେବ। ଏଥିରେ ୧୫୧ କେନ୍ଦ୍ରରେ ୮୩୪୩ ଅଧ୍ୟାପକ ଖାତା ଦେଖିବେ। ବିଜ୍ଞାନର ୭ଟି, ବାଣିଜ୍ୟର ୨ଟି, କଳାର ୫ଟି ବିଷୟ ସହ ଧନ୍ଦାମୂଳକ ଶିକ୍ଷାର ଟ୍ରେଡ୍‌ ପେପର ମୂଲ୍ୟାୟନ କରାଯିବ।

୨୮ ତାରିଖରେ ଦ୍ୱିତୀୟ ପର୍ଯ୍ୟାୟ ଶେଷ ହେବାକୁ ଥିବାବେଳେ, ସମାନାନ୍ତରାଳରେ ଟାବୁଲେସନ ପ୍ରକ୍ରିୟା ମଧ୍ୟ ଚାଲିଛି। ପରିଷଦ ଆସନ୍ତା ମେ’ ତୃତୀୟ ସପ୍ତାହ ସୁଦ୍ଧା +୨ ପରୀକ୍ଷା ଫଳ ପ୍ରକାଶ କରିବାକୁ ଲକ୍ଷ୍ୟ ରଖିଛି।

 

 

Show More

Related Articles

Back to top button