Breaking PLUSଦେଶମୁଖ୍ୟ ଖବର

ତେଲେଙ୍ଗାନାରେ ଭୁଶୁଡିଲା ଟନେଲ, ଫସିରହିଛନ୍ତି 8ଜଣ

ତେଲଙ୍ଗାନାର ନାଗରକୁର୍ଣ୍ଣୁଲ ଜିଲାରେ ଶନିବାର ଏକ ନିର୍ମାଣାଧୀନ ଟନେଲ (ସୁଡ଼ଙ୍ଗ) ଭୁଶୁଡି ପଡ଼ିବାରୁ ୮ ଜଣ ଶ୍ରମିକ ଫସି ରହିଛନ୍ତି। ଲିକ୍‌ ମରାମତି କରିବାକୁ କିଛି ଶ୍ରମିକ ଟନେଲ ଭିତରକୁ ଯାଇଥିବାବେଳେ ହଠାତ୍‌ ଶ୍ରୀସାଇଲମ ଲେଫ୍ଟ ବ୍ୟାଙ୍କ କେନାଲର ଏକ ଅଂଶ ଭୁଶୁଡି ପଡ଼ିଥିଲା ଏବଂ କେତେକ ଶ୍ରମିକ ବାହାରକୁ ବାହାରିବାରେ ସଫଳ ହୋଇଥିବାବେଳେ ୮ ଜଣ ଶ୍ରମିକ ଭିତରେ ଫସି ରହିଛନ୍ତି।  ଉଦ୍ଧାରକାରୀମାନେ ସୁଡ଼ଙ୍ଗ ଭିତରେ ଫସି ରହିଥିବା ଇଞ୍ଜିନିୟର ଏବଂ ଶ୍ରମିକଙ୍କ ପାଖକୁ ପହଞ୍ଚିଛନ୍ତି, ସେମାନଙ୍କୁ ବାହାର କରିବା ପାଇଁ ଉଦ୍ୟମ ଜାରି ରହିଛି ବୋଲି ଅଧିକାରୀମାନେ ପ୍ରକାଶ କରିଛନ୍ତି।

Show More

Related Articles

Back to top button