ଓଡ଼ିଶାମୁଖ୍ୟ ଖବରସ୍ୱତନ୍ତ୍ର

ପୁରୀ ବଡଦାଣ୍ଡକୁ ୨୦ ଫୁଟ ଲେଖାଏଁ ଚଉଡା କରିବାକୁ ପ୍ରଶାସନର ପ୍ରସ୍ତୁତି

ଖୁବଶୀଘ୍ର ପୁରୀ ବଡଦାଣ୍ଡରେ ହେବ ପ୍ରସସ୍ତୀକରଣ । ପୁରୀ ବଡଦାଣ୍ଡକୁ ୨୦ ଫୁଟ ଲେଖାଏଁ ଚଉଡା କରିବାକୁ ପ୍ରଶାସନର ପ୍ରସ୍ତୁତି । ଏଥିସହିତ ବଡଦାଣ୍ଡର ସୌନ୍ଦର୍ଯ୍ୟକରଣ କାମ ହାତକୁ ନିଆଯିବ ବୋଲି ଜିଲ୍ଲା ପ୍ରଶାସନ ସୂତ୍ରରୁ ସୂଚନା ମିଳିଛି ।

ଦୁଇ ପଟରେ ୨୦ଫୁଟ୍ ଲେଖାଏଁ ଅର୍ଥାତ ଏହା, ଆହୁରି ୪୦ ଫୁଟ ଓସାର ହେବାକୁ ଯାଉଛି । ଅବଢା ଯୋଜନା ଅନୁଦାନରେ ଏଥିପାଇଁ ଅନୁନ୍ୟ ୨୫୦ କୋଟି ଟଙ୍କା ଖର୍ଚ୍ଚ ଆକଳନ କରାଯାଇଛି । ତେବେ ବଡଦାଣ୍ଡର ପ୍ରସସ୍ତୀକରଣ ପାଇଁ ଉଭୟ ପଟରେ ପୁଣି ଜବରଦଖଲ ଉଚ୍ଛେଦ ଆରମ୍ଭ ହୋଇପାରେ । ସଂପ୍ରସାରଣ ରାସ୍ତାରେ ଥିବା ନିର୍ମାଣଗୁଡିକୁ ଭାଙ୍ଗିବା ପାଇଁ ବିଚାର ଚାଲିଛି । ବଡଦାଣ୍ଡ ଉଭୟ ପଟରେ ୨୦ଫୁଟ ଓସାର କରିବାକୁ ଯୋଜନା ଥିବାରୁ ଶ୍ରୀନଅରର କ’ଣ ହେବ ତାକୁ ନେଇ ପ୍ରଶ୍ନ ଉଠିଛି ।

ପ୍ରଥମଦଫାରେ ବଡଦାଣ୍ଡକୁ ସଂଯୋଗ କରୁଥିବା ରାସ୍ତାଗୁଡିକର ପ୍ରସସ୍ତୀକରଣ କରାଯାଉଛି । ପୁରୀ ଜିଲ୍ଲାପାଳଙ୍କ ସୂଚନା ଅନୁସାରେ
– ବାଟମଙ୍ଗଳାରୁ ହସ୍ପିଟାଲ ଛକ ରାସ୍ତାର ପ୍ରସସ୍ତୀକରଣ ପାଇଁ ଜମି ଅଧିଗ୍ରହଣ ଚାଲିଛି
– ଏହାପରେ ଐତିହ୍ୟ ରାସ୍ତାଗୁଡିକର ପ୍ରସସ୍ତୀକରଣ ଓ ସୌନ୍ଦର୍ଯ୍ୟକରଣ କରାଯିବ
– ଏହିକ୍ରମରେ ବାଲିସାହି ରାସ୍ତା ଓ ଶ୍ରୀଲୋକନାଥ ରାସ୍ତାର ପ୍ରସସ୍ତୀକରଣ ଯୋଜନା ରହିଛି
– ପୁରୀ ଚକ୍ରତୀର୍ଥ ରୋଡର କାମ ମଧ୍ୟ ଆରମ୍ଭ ହୋଇସାରିଥିବା କହିଛନ୍ତି ଜିଲ୍ଲାପାଳ
– ସୁଭାଷ ବୋସ ଛକରୁ ପେଣ୍ଠକଟା ଦେଇ ଭୂଦାନ ଛକ ପର୍ଯ୍ୟନ୍ତ ଅଧା ଫୋର ଲେନ ଓ ଅଧା ଡବଲ ଲେନ ରାସ୍ତା ହେବ

 

Show More

Related Articles

Back to top button