Breaking PLUSଅପରାଧଆଇନ କାନୁନଜୀବନଚର୍ଯ୍ୟାଦୁର୍ଘଟଣାମୁଖ୍ୟ ଖବର

ଘର ଭିତରୁ ନବବଧୂଙ୍କ ମୃତ ଦେହ ଉଦ୍ଧାର

 ପୁରୀ ଜିଲ୍ଲାର ବ୍ରହ୍ମଗିରି ଥାନା ଅଞ୍ଚଳରେ ଏକ ଘର ଭିତରୁ ନବବଧୂଙ୍କ ଝୁଲନ୍ତା ମୃତଦେହ ଠାବ ହୋଇଛି । 

 ପୁରୀ ଜିଲ୍ଲାର ବ୍ରହ୍ମଗିରି ଥାନା ଅଞ୍ଚଳରେ ଏକ ଘର ଭିତରୁ ନବବଧୂଙ୍କ ଝୁଲନ୍ତା ମୃତଦେହ ଠାବ ହୋଇଛି ।  ନବବଧୂଙ୍କ ପରିବାର ଲୋକେ ଏହାକୁ ଆତ୍ମହତ୍ୟା ନୁହେଁ, ବରଂ ହତ୍ୟା ବୋଲି ଅଭିଯୋଗ କରିଛନ୍ତି ।
ମିଳିଥିବା ସୂଚନା ଅନୁଯାୟୀ, ହାତିଆ ଗାଁର ଅଜୟ ବରାଳଙ୍କ ଝିଅ ଗୁଡ଼ୁଲି ବରାଳ ପ୍ରାୟ ବର୍ଷକ ପୂର୍ବେ ପୂଜାରୀ ସାହିର ଜଗନ୍ନାଥ ପୂଜାରୀଙ୍କୁ ପ୍ରେମବିବାହ କରିଥିଲେ। କିନ୍ତୁ ହଠାତ୍ ଆଜି ସକାଳୁ ଘର ଭିତରୁ ଗୁଡ଼ୁଲିଙ୍କ ଝୁଲନ୍ତା ମୃତଦେହ ମିଳିଛି । ଖବର ପାଇ ବ୍ରହ୍ମଗିରି ଥାନା ପୁଲିସ ଘଟଣାସ୍ତଳରେ ପହଞ୍ଚି ଶବକୁ ଜବତ କରିବା ସହ ଘଟଣାର ତଦନ୍ତ ଆରମ୍ଭ କରିଛନ୍ତି । ତେବେ ଏହା ହତ୍ୟା ନା ଆତ୍ମହତ୍ୟା ସେନେଇ ଗାଁରେ ଚର୍ଚ୍ଚା ଚାଲିଛି । ଏ ଯାଏ ଏହାର ସଠିକ୍ କାରଣ କ’ଣ କିଛି ସ୍ପଷ୍ଟ ହୋଇନାହିଁ ।

Show More

Related Articles

Back to top button