
ବଣାଇ : କେନାଲ କଡ଼ରୁ ଉଦ୍ଧାର ହେଲା ନବଜାତ ଶିଶୁର ମୃତଦେହ। କେହି ନବଜାତ ଶିଶୁଟିକୁ ମାଟି ଘୋଡ଼ାଇ ଦେଇ ଚାଲି ଯାଇଛି। ସୁନ୍ଦରଗଡ଼ ଜିଲ୍ଲା ଲହୁଣୀପଡ଼ା ଥାନା ଅନ୍ତର୍ଗତ ଜଲଡ଼ିହି ଗ୍ରାମ ନିକଟ କେନାଲ କଡ଼ରେ ଏହି ମୃତଦେହ ଠାବ କରାଯାଇଛି। ଯାହାକୁ ନେଇ ଏହି ଅଞ୍ଚଳରେ ଚାଞ୍ଚଲ୍ୟ ଖେଳି ଯାଇଛି। କିଏ କାହିଁକି ଏହି ନବଜାତ ଶିଶୁକୁ ପୋତିଛି ଓ ତାକୁ କିଏ ଜନ୍ମ ଦେଇଛି, ତାହାକୁ ନେଇ ବିଭିନ୍ନ ପ୍ରକାର କଳ୍ପନାଜଳ୍ପନା ଦେଖାଦେଇଛି। ଏହି ନବଜାତ ଶିଶୁ ପୋତା ଯାଇଥିବା ବେଳେ ତାର ହାତ ବାହାରକୁ ଦେଖା ଯାଉଥିବା କେତେକ ସ୍ଥାନୀୟ ଲୋକଙ୍କ ନଜର ପଡ଼ିଥିଲା। ଏହାକୁ ନେଇ ଅଲୋଡ଼ନ ସୃଷ୍ଟି ହୋଇଥିଲା। ଏହି ଶିଶୁକୁ କେହି ଜନ୍ମ ଦେଇ ଲୋକଲଜ୍ୟା ଭୟରେ ଏଭଳି କାଣ୍ଡ କରିଛି ବୋଲି ସ୍ଥାନୀୟ ଲୋକେ ସନ୍ଦେହ କରିଛନ୍ତି। ସେପଟେ ଖବର ପାଇ ପୁଲିସ ଓ ସାଇଣ୍ଟିଫିକ୍ ଟିମ୍ ଘଟଣାସ୍ଥଳରେ ପହଞ୍ଚି ଏହି ଘଟଣାର ତଦନ୍ତ ଆରମ୍ଭ କରିଛି।