Breaking PLUSଓଡ଼ିଶାମୁଖ୍ୟ ଖବରରାଜନୀତି

ଆସନ୍ତାକାଲି କଂଗ୍ରେସର ୬ଘଣ୍ଟିଆ ଓଡ଼ିଶା ବନ୍ଦ ଡ଼ାକରା

ଆସନ୍ତାକାଲି ପାଇଁ ୬ଘଣ୍ଟିଆ ଓଡ଼ିଶା ବନ୍ଦ ଡ଼ାକରା ଦେଇଛି କଂଗ୍ରେସ । ମମିତା ମେହେର ହତ୍ୟା ପ୍ରସଙ୍ଗରେ ମନ୍ତ୍ରୀ ଦିବ୍ୟଶଙ୍କର ମିଶ୍ରଙ୍କ ଇସ୍ତଫା ଦାବିରେ ଏହି ବନ୍ଦ ପାଳନ କରାଯିବ । ସକାଳ ୬ରୁ ଦିନ ୧୨ଟା ଅର୍ଥାତ ୬ଘଣ୍ଟା ଯାଏଁ ଏହି ବନ୍ଦ ପାଳନ କରିବ କଂଗ୍ରେସ । ଶାନ୍ତିପୂର୍ଣ୍ଣଭାବେ ବନ୍ଦ ପାଳନ କରାଯିବ ବୋଲି କଂଗ୍ରେସ ପକ୍ଷରୁ କୁହାଯାଇଛି । କୌଣସି ପ୍ରକାର ହିଂସାକାଣ୍ଡ କରାଯିବନି ବୋଲି ଦଳ ସ୍ପଷ୍ଟ କରିଛି ।

ଏହି ସମୟରେ ରେଳ, ବସ୍, ଟ୍ରକ ଚଳାଚଳ, ଦୋକାନ ବଜାର, ଗାଡ଼ିମୋଟର ବନ୍ଦ ରହିବ । ମେଡ଼ିକାଲ ସମେତ ଜରୁରୀ ସେବା ବନ୍ଦରୁ ବାଦ୍ ପଡ଼ିବ । ଏନେଇ ସାମ୍ବାଦିକ ସମ୍ମିଳନୀରେ ପିସିସି ଉପସଭାପତି ଦେବାଶିଷ ପଟ୍ଟନାୟକ ସୂଚନା ଦେଇଛନ୍ତି । ବନ୍ଦ ପାଳନକୁ ସଫଳତାର ସହ କରିବା ପାଇଁ ଆହ୍ୱାନ ଦେଇଛି କଂଗ୍ରେସ । ବିଜେଡ଼ିକୁ ଟାର୍ଗେଟ କରି କଂଗ୍ରେସ କହିଛି, ବିଜେଡ଼ି ନେତା, ମନ୍ତ୍ରୀଙ୍କ ନାଁରେ କଳାକାରନାମା ରହିଛି । ମାହାଙ୍ଗା ଡ଼ବଲ ମର୍ଡ଼ର, ଏସିଏଫ ସୌମ୍ୟରଞ୍ଜନ ହତ୍ୟା, ମମିତା ହତ୍ୟାକାଣ୍ଡ ଭଳି ଘଟଣାରେ ମନ୍ତ୍ରୀଙ୍କ ସମ୍ପୃକ୍ତି ରହିଥିବା କଂଗ୍ରେସ ଅଭିଯୋଗ କରିଛିି ।

ମମିତା ମୃତ୍ୟୁରେ ଓଡ଼ିଶା ସ୍ୱାଭିମାନର ମୃତ୍ୟୁ ହୋଇଛି ବୋଲି କହିଛି କଂଗ୍ରେସ । ଓଡ଼ିଶାର ସଂସ୍କୃତି, ଇତିହାସ, ଓଡ଼ିଆର ଆବେଗ, ଓଡ଼ିଶାର ସମ୍ବେଦନଶୀଳତା, ଦୟା ଭାବ ଏବଂ ପରିବାର ପ୍ରତି ସରକାରଙ୍କ ଶକ୍ତ କୁଠାରଘାତ ସଦୃଶ୍ୟ ମାଡ଼ ତାହା ବାସ୍ତବିକ ସମସ୍ତଙ୍କୁ ଆଶ୍ଚର୍ଯ୍ୟ କରିଛି । ସମସ୍ତେ ଆଜି ମର୍ମାହତ । ମମିତା କାହାଣୀ ସମସ୍ତ ନାରୀ ଜାତି ପାଇଁ ଅନ୍ୟାୟ ବିରୁଦ୍ଧରେ ଲଢ଼େଇ କରିବା ପାଇଁ ପ୍ରେରଣାର ଉତ୍ସ ହେଉ ବୋଲି କୁହାଯାଇଛି ।

Show More

Related Articles

Back to top button