Breaking PLUSଦେଶଦେଶ ବିଦେଶମୁଖ୍ୟ ଖବର
ଭୋଟର ତାଲିକା ଯାଞ୍ଚ କରିବ ନିର୍ବାଚନ କମିଶନ

ନୂଆଦିଲ୍ଲୀ: ଭୋଟର ତାଲିକାରେ ତ୍ରୁଟିପୂର୍ଣ୍ଣ ତଥ୍ୟ ଚିହ୍ନଟ ଓ ସଂଶୋଧନ ପାଇଁ ୨୬ଟି ରାଜ୍ୟ ଓ କେନ୍ଦ୍ରଶାସିତ ଅଞ୍ଚଳକୁ ନିର୍ଦ୍ଦେଶ ଦେଇଛନ୍ତି ନିର୍ବାଚନ କମିଶନ। ୨୦୨୭ ଜାନୁଆରୀ ୧କୁ ଯୋଗ୍ୟତା ତାରିଖ ଧରି ଚାଲିଥିବା ସ୍ୱତନ୍ତ୍ର ସଂକ୍ଷିପ୍ତ ସଂଶୋଧନ ପ୍ରକ୍ରିୟା (ଏସ୍ଏସ୍ଆର୍) ଅଧୀନରେ ଏହି ଯାଞ୍ଚ ହେବ।
ନଭେମ୍ବର ୨୫ରେ ଜାରି ନିର୍ଦ୍ଦେଶ ଅନୁସାରେ, ପୂର୍ବରୁ ଥିବା ଭୋଟରଙ୍କ ନାମ, ସମ୍ପର୍କୀୟଙ୍କ ବିବରଣୀ, ଜନ୍ମତାରିଖ, ମୋବାଇଲ ନମ୍ବର ଓ ଫଟୋକୁ ଯାଞ୍ଚ କରାଯିବ। ଏଥିରେ ତ୍ରୁଟି ମିଳିଲେ ବୁଥ୍ସ୍ତରୀୟ ଅଧିକାରୀ (ବିଏଲ୍ଓ) ଘରକୁ ଯାଇ ଯାଞ୍ଚ କରିବେ।
ସଂଶୋଧନ ଆବଶ୍ୟକ ହେଲେ ଭୋଟରଙ୍କଠାରୁ ଦସ୍ତଖତ ସହ ଫର୍ମ-୮ ଆବେଦନ ଗ୍ରହଣ କରାଯିବ। ପରେ ଏଆର୍ଓ ଓ ଇଆର୍ଓ ଏହାର ଯାଞ୍ଚ କରି ନିଷ୍ପତ୍ତି ନେବେ। କେବଳ ସ୍ୱୟଂଚାଳିତ ବ୍ୟବସ୍ଥା ଆଧାରରେ ଭୋଟରଙ୍କ ତଥ୍ୟରେ ପରିବର୍ତ୍ତନ ହେବ ନାହିଁ ବୋଲି କମିଶନ ସ୍ପଷ୍ଟ କରିଛନ୍ତି। ସମସ୍ତ ପ୍ରକ୍ରିୟା ଇସିଆଇନେଟ୍ ପ୍ଲାଟଫର୍ମ ମାଧ୍ୟମରେ କରାଯିବ।



