Breaking PLUSଓଡ଼ିଶାପାଣିପାଗମୁଖ୍ୟ ଖବର

ଜୁନ ୭ରେ ଓଡିଶା ଛୁଇଁବ ମୌସୁମୀ

ନୂଆଦିଲ୍ଲୀ : ଦକ୍ଷିଣ-ପଶ୍ଚିମ ମୌସୁମୀ ବାୟୁ ଚଳିତ ବର୍ଷ ଠିକ୍‌ ସମୟରେ କେରଳ ଛୁଇଁବା ନେଇ ଭାରତୀୟ ପାଣିପାଗ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି । ମୌସୁମୀ ବାୟୁ ଆଣ୍ଡାମାନ ନିକୋବର ଦ୍ୱୀପପୁଞ୍ଜରେ ପ୍ରବେଶ କରି ସାରିଥିବା ପାଣିପାଗ ବିଭାଗ ପକ୍ଷରୁ ସ୍ପଷ୍ଟ କରାଯାଇଛି । ଏହାର ପ୍ରଭାବରେ ଆଣ୍ଡାମାନ ନିକୋବରରେ ପ୍ରବଳ ବର୍ଷା ମଧ୍ୟ ଦେଖିବାକୁ ମିଳିଛି । ମୌସୁମୀ ବାୟୁ ପାଇଁ ବର୍ତ୍ତମାନ ଜଳବାୟୁ ଅନୁକୂଳ ଥିବାରୁ ଏହା କ୍ରମଶଃ ବଙ୍ଗୋପସାଗରର ଦକ୍ଷିଣ ପ୍ରାନ୍ତରେ ପ୍ରବେଶ କରିବା ସହ ଦୁଇରୁ ତିନିଦିନ ମଧ୍ୟରେ ସଂପୂର୍ଣ୍ଣ ଆଣ୍ଡାମାନ ସାଗର ଦ୍ୱୀପପୁଞ୍ଜ ତଥା ପୂର୍ବ କେନ୍ଦ୍ରୀୟ ବଙ୍ଗୋପସାଗରରେ ଏହାର ପ୍ରଭାବ ବିସ୍ତାର କରିବ ବୋଲି ଆଶା କରାଯାଇଥିବା ଭାରତୀୟ ପାଣିପାଗ ବିଭାଗର ବରିଷ୍ଠ ବିଶେଷଜ୍ଞ ଆର.କେ.ଜେନାମଣି ସୂଚନା ଦେଇଛନ୍ତି । କେରଳ ଉପକୂଳରେ ଏହା ଆସନ୍ତା ୨୭ ତାରିଖ ସୁଦ୍ଧା ପ୍ରବେଶ କରିବାକୁ ଥିବାବେଳେ ଓଡ଼ିଶା ଉପକୂଳରେ ଜୁନ୍‌ ୭ ତାରିଖରେ ପହଞ୍ଚିବ ବୋଲି ପାଣିପାଗ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି ।

Show More

Related Articles

Back to top button