Breaking PLUSଜୀବନଚର୍ଯ୍ୟାଦୁର୍ଘଟଣାମୁଖ୍ୟ ଖବର

ବ୍ରିଜ ଉପରୁ ନଦୀକୁ ଡେଇଁ ପଡ଼ିଲେ ଯୁବତୀ

ଯାଜପୁର : ଯାଜପୁର ଜିଲ୍ଲା କୁଆଖିଆ ଥାନା ଅନ୍ତର୍ଗତ ଶ୍ରୀବନ୍ତପୁର ନିକଟସ୍ଥ ଯୋଜଡିଆ ନୂଆବ୍ରିଜ ଉପରୁ ଉଛୁଳା ନଦୀକୁ ଡେଇଁ ପଡ଼ିଲେ ଯୁବତୀ। ଏଯାଏ ତାଙ୍କ ପତ୍ତା ମିଳିନାହିଁ। ଯୁବତୀ ଜଣକ ହେଲେ ସ୍ଥାନୀୟ ସାରଙ୍ଗପୁରର ବେଣୁଧର ନାୟକଙ୍କ ଝିଅ ଅନିମା ନାୟକ। ଯୁବତୀ ଜଣକ ୪୦ ବର୍ଷୀୟ ବୋଲି ଜଣାଯାଇଛି। ଯୁବତୀଙ୍କୁ ସ୍ଥାନୀୟ ଲୋକ ଓ ଅଗ୍ନିଶମବାହିନୀ ଖୋଜାଖୋଜି କରୁଛନ୍ତି।  ଯୁବତୀ ଜଣଙ୍କର ମାନସିକ ସ୍ଥିତି ଠିକ୍‌ ନଥିବା ସୂଚନା ମିଳିଛି। ଜଣେ ପ୍ରତ୍ୟକ୍ଷଦର୍ଶୀ କହିଛନ୍ତି, ଆଜି ଭୋର ସମୟରେ ଯୁବତୀ ଜଣଙ୍କ ହଠାତ୍ ପୋଲର ବଡ଼ା ଉପରକୁ ଚଢ଼ି ତଳକୁ ଡେଇଁ ପଡ଼ିଥିଲେ। ପରେ ସେ ପୋଲର ତଳ ବାଡ଼ାରେ ଓହଳି ରହି ଥିଲେ। ମୁଁ ତାଙ୍କୁ ହାତକୁ ଧରି । ନେଇଥିଲି। ପରେ ସେ ନଦୀ ଭିତରକୁ ଖସି ପଡ଼ିଥିଲେ। ୫୦୦ ମିଟର ଭାସିଯିବା ପରେ ସେ ବୁଡ଼ି ଯାଇଥିଲେ।

Show More

Related Articles

Back to top button