Breaking PLUSଓଡ଼ିଶାମୁଖ୍ୟ ଖବର

ଆଜି ଆଲୋକର ପର୍ବ ଦୀପାବଳି

ଭୁବନେଶ୍ୱର- ଆଜି ଆଲୋକର ପର୍ବ ଦୀପାବଳି। ଘରେ ଘରେ ଜଳିବ ଦୀପ । ସଜେଇ ହେବ ଘରଠୁ ଦୋକାନ ବଜାର ।

ଅନ୍ୟପଟେ ବାଣ ଫୁଟାଇବା ଲାଗି ୨ ଘଣ୍ଟା ସମୟ ସରକାରଙ୍କ ପକ୍ଷରୁ ଧାର୍ଯ୍ୟ କରାଯାଇଛି। ସନ୍ଧ୍ୟା ୭ରୁ ୯ଟା ପର୍ଯ୍ୟନ୍ତ ବାଣ ଫୁଟାକୁ ସୀମିତ ରଖିବା ଓ ବେରିୟମଯୁକ୍ତ ବାଣ ତଥା ଅଧିକ ଶବ୍ଦ ସୃଷ୍ଟିକାରୀ ବାଣ ନ ଫୁଟାଇବାକୁ ପ୍ରଦୂଷଣ ନିୟନ୍ତ୍ରଣ ବୋର୍ଡ ପକ୍ଷରୁ ନିର୍ଦେଶାବଳୀ ସହ ପୂର୍ବରୁ କଟକଣା ଜାରି କରାଯାଇଛି। ବାଣରୁ ସୃଷ୍ଟ ଶବ୍ଦ ୧୨୫ ଡେସିବଲ ମଧ୍ୟରେ ରହିଥିବା ଦରକାର। ବାଣ ଫୁଟାଇବା ବେଳେ ଅଘଟଣ ଆଶଙ୍କା ରହିଥିବାରୁ ଏଥିପ୍ରତି ଯତ୍ନବାନ ଓ ଅଧିକ ସତର୍କ ରହିବାକୁ ପରାମର୍ଶ ଦିଆଯାଇଛି। ସୁପ୍ରିମକୋର୍ଟ କେବଳ ସବୁଜ ବାଣ ଫୁଟାଇବାକୁ ଅନୁମତି ଦେଇଥିବାରୁ ପ୍ରଚଣ୍ଡ ଶବ୍ଦ-ସୃଷ୍ଟିକାରୀ ବାଣର ଉତ୍ପାଦନ ଏବଂ ବିକ୍ରିକୁ ମଧ୍ୟ ନିଷେଧ କରାଯାଇଛି ।

Show More

Related Articles

Back to top button