
କଲମ୍ବୋ : ଶୁକ୍ରବାର ଚଳିତ ଏସିଆ କପ୍ର ସୁପର-୪ ପର୍ଯ୍ୟାୟର ଅନ୍ତିମ ମ୍ୟାଚ୍ରେ ଭାରତ ଓ ବାଂଲାଦେଶ ମଧ୍ୟରେ ମୁକାବିଲା ହେବ। ଭାରତ ଫାଇନାଲରେ ପହଞ୍ଚି ସାରିଥିବା ବେଳେ ବାଂଲାଦେଶ ଫାଇନାଲରୁ ବାଦ୍ପଡ଼ିଛି। ତେଣୁ ଏହି ମ୍ୟାଚ୍ କେବଳ ଔପଚାରିକତା ପୂରଣ କରିବା ପାଇଁ ଖେଳାଯିବ। ତେବେ ଆଉ ୨୦ ଦିନ ପରେ ବିଶ୍ବକପ୍ ଥିବାରୁ ଏହି ମ୍ୟାଚ୍ରେ ଅନ୍ୟ କିଛି ଖେଳାଳିଙ୍କୁ ଖେଳାଇ ସେମାନଙ୍କ ଦକ୍ଷତା ପରଖିବାକୁ ଉଭୟ ଦଳ ଚାହିଁବେ। ଭାରତ ପ୍ରଥମ ୨ଟି ସୁପର-୪ ମ୍ୟାଚ୍ ଜିତିଥିବା ବେଳେ ୨ଟିଯାକ ମ୍ୟାଚ୍ରେ ବାଂଲାଦେଶ ପରାସ୍ତ ହୋଇଛି।