Breaking PLUSଓଡ଼ିଶାମୁଖ୍ୟ ଖବର

ପୋଖରୀରେ ବୁଡି 2 ମୃତ

ପାତ୍ରପୁର ବ୍ଳକ ସୁରଙ୍ଗି ଗ୍ରାମର ଦୁଇ ଜଣ ବ୍ୟକ୍ତି ପାଣିରେ ବୁଡି ମୃତ୍ୟୁ ହୋଇଥିବା ଜଣାପଡ଼ିଛି। ମୃତ ଦୁଇ ଜଣ ସୁରଙ୍ଗି ଦଳିତ ସାହିର ଇନ୍ଦ୍ରମଣି ସେଠୀ ୪୨ବର୍ଷ ଏବଂ ଅଲେଖ ବେହେରା-୧୯ବର୍ଷ ବୋଲି ଜଣାପଡିଛି। ଆଜି ସକାଳେ ଦୁହେଁ ମୁକୁନ୍ଦଦେବ ସାଗରକୁ ଯାଇଥିଲେ। ଏହି ସମୟରେ ସାଗର ଉପର ପାର୍ଶ୍ଵ ସୁଇସ୍ ଫାଟକ ନିକଟରେ ପାଣିରେ ପଶିଥିବା ବେଳେ ଦୁହେଁ ପଦାକୁ ନ ଆସିବାରୁ ନିକଟରେ ଥିବା ଅନ୍ୟ ସାଙ୍ଗ ଦୁହେଁଙ୍କୁ ଗୁରୁତର ଅବସ୍ଥାରେ ଉଦ୍ଧାର କରି ସୁରଙ୍ଗୀ ଡାକ୍ତରଖାନାକୁ ନେଇଥିଲେ।। ତେବେ ଡାକ୍ତର ଅଲେଖଙ୍କୁ ମୃତ ଘୋଷଣା କରିଥିବା ବେଳେ ଇନ୍ଦ୍ରମଣିଙ୍କୁ ପାତ୍ରପୁର ଡାକ୍ତରଖାନାକୁ ସ୍ଥାନାନ୍ତରିତ କରିଥିବା ବେଳେ ତାଙ୍କର ମୃତ୍ୟୁ ହୋଇଥିଲା।  ଖବର ପାଇ ପୁଲିସ ଡାକ୍ତରଖାନାରେ ପହଞ୍ଚିବା ସହ ଦୁଇ ମୃତଦେହ ଜବତ କରି ବ୍ୟବଚ୍ଛେଦ ପାଇଁ ପଠାଇବା ସହ ଦୁଇଟି ଅପମୃତ୍ୟୁ ମାମଲା ରୁଜୁ ହୋଇଥିବା ଥାନା ଅଧିକାରୀ ଟୁନା ସାସମଲ ସୂଚନା ଦେଇ ଥିବା ବେଳେ କିଭଳି ଏହି ଘଟଣା ଘଟିଲା ତାହାରି ତଦନ୍ତ ହେଲେ ଜଣାପଡ଼ିବ ବୋଲି ପ୍ରକାଶ କରିଛନ୍ତି।

Show More

Related Articles

Back to top button