Breaking PLUSଆଇନ କାନୁନମୁଖ୍ୟ ଖବରରାଜନୀତିସ୍ୱତନ୍ତ୍ର

ସଞ୍ଜୟ ରାଉତଙ୍କ ପରିବାରକୁ ଭେଟିଲେ ଉଦ୍ଧବ

ନୂଆଦିଲ୍ଲୀ : ମୁମ୍ବାଇର ପାତ୍ରା ଚଲ୍ ଘୋଟାଲାରେ ୧୦ଘଣ୍ଟାରୁ ଅଧିକ ସମୟର ପଚରାଉଚରା ପରେ ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ ମନି ଲଣ୍ଡରିଂ ସହ ଯୋଡ଼ି ହୋଇଥିବା ମାମଲାରେ ଶିବସେନା ସାଂସଦ ସଞ୍ଜୟ ରାଉତଙ୍କୁ ଗିରଫ କରିନେଇଛି । ରବିବାର ସକାଳ ୭ଟା ସମୟରେ ତାଙ୍କୁ ପଚରାଉଚରା ଆରମ୍ଭ ହୋଇଥିଲା ଏବଂ ପରେ ଦ୍ୱିତୀୟ ରାଉଣ୍ଡର ପଚରାଉଚରା ଲାଗି ଇଡି ଅଫିସକୁ ଅଣାଯାଇଥିଲା । ଏହାପରେ ସୋମବାର ସକାଳେ ରାଉତଙ୍କୁ ଗିରଫ କରାଯାଇଛି । ଶିବସେନା ସାଂସଦ ଗିରଫ ହେବା ପରେ ସଂସଦର ଉଭୟ କକ୍ଷରେ ହଙ୍ଗାମା ଦେଖିବାକୁ ମିଳିଥିଲା ଏବଂ ବିପକ୍ଷ ସାଂସଦଙ୍କ ପ୍ରଦର୍ଶନ ଯୋଗୁଁ ଉଭୟ ସଦନର କାର‌୍ୟରେ ବାଧାପ୍ରାପ୍ତ ହୋଇଥିଲା । ସେହିଭଳି ଅନ୍ୟପଟେ ମହାରାଷ୍ଟ୍ରର ପୂର୍ବତନ ମୁଖ୍ୟମନ୍ତ୍ରୀ ଏବଂ ଶିବସେନା ପ୍ରମୁଖ ରାଉତଙ୍କ ଗିରଫକୁ ନେଇ ବିଜେପି ଉପରେ ସିଧାସଳଖ ଟାର୍ଗେଟ କରିଛନ୍ତି । ଉଦ୍ଧବ ଠାକରେ ଏକ ସାମ୍ବାଦିକ ସମ୍ମିଳନୀ କରି କହିଛନ୍ତି କି ଆଜି ସରକାରଙ୍କ ବିରୁଦ୍ଧରେ ସ୍ୱର ଉଠାଇବା ଲୋକଙ୍କୁ ଜେଲକୁ ପଠାଯାଉଛି । କିନ୍ତୁ ସମୟ ସବୁବେଳେ ଏକାପରି ନ ଥାଏ, ଭାବନ୍ତୁ ଯଦି ଆମ ସମୟ ଆସିବ ତ କ’ଣ ହେବ । ସେ ସଞ୍ଜୟ ରାଉତଙ୍କ ପ୍ରତି ନିଜ ସମର୍ଥନ ଦେଇ ତାଙ୍କୁ ନିଜ ଛୋଟ ଭାଇ କହିଥିଲେ ଏବଂ କହିଥିଲେ କି ସେ ଝୁକେଗା ନେହିଁ । ଉଦ୍ଧବ ଆହୁରୀ ମଧ୍ୟ କହିଛନ୍ତି କି ଆମେମାନେ ମରିବାକୁ ପ୍ରସ୍ତୁତ ଅଛୁ କିନ୍ତୁ ବିଜେପି ଶରଣରେ କେବେ ବି ନୁହେଁ ।

Show More

Related Articles

Back to top button