
କୋଲକାତା: ପଶ୍ଚିମବଙ୍ଗର ସାଉଥ୍ ୨୪ ପରଗଣା ଜିଲ୍ଲାର ୧୫ଟି ବୁଥ୍ରେ ଶନିବାର ହୋଇଥିବା ପୁନଃ ଭୋଟିଂ ଶାନ୍ତିପୂର୍ଣ୍ଣ ଭାବେ ସମ୍ପନ୍ନ ହେଉଛି। କେନ୍ଦ୍ରୀୟ ବାହିନୀ ଓ ରାଜ୍ୟ ପୁଲିସଙ୍କ କଡ଼ା ସୁରକ୍ଷା ବ୍ୟବସ୍ଥା ମଧ୍ୟରେ ଭୋଟଗ୍ରହଣ ଚାଲିଛି।
ଦିନ ୫ଟା ପର୍ଯ୍ୟନ୍ତ ମୋଟ ମତଦାନ ହାର ୯୦℅ ରେକର୍ଡ ହୋଇଛି। ମଗ୍ରାହାଟ (ପଶ୍ଚିମ) ଏବଂ ଡାୟମଣ୍ଡ ହାର୍ବରରେ ୮୯ % ମତଦାନ ହୋଇଛି।
ମତଦାତାମାନେ କହିଛନ୍ତି ଯେ ଭୋଟିଂ ସମୟରେ କୌଣସି ଅଶାନ୍ତି କିମ୍ବା ଉତ୍ତେଜନା ଦେଖାଯାଇନି। ସନ୍ଧ୍ୟା ୬ଟା ପର୍ଯ୍ୟନ୍ତ ଭୋଟିଂ ଚାଲିଥିଲା ଏବଂ ଲାଇନରେ ଥିବା ସମସ୍ତେ ଭୋଟ ଦେବାରେ ସକ୍ଷମ ହୋଇଥିଲେ ।
ଉଲ୍ଲେଖନୀୟ, ଏପ୍ରିଲ ୨୩ ଓ ୨୯ରେ ଦୁଇ ଭାଗ ରେ ଭୋଟ ହୋଇଥିବା ବେଳେ, ମେ ୪ରେ ମତଗଣନା ହେବ।



