ଓଡ଼ିଶାଦୁର୍ଘଟଣାଦେଶମୁଖ୍ୟ ଖବର

ଗାଧୋଉଥିବା ବେଳେ ମାଡି ଆସିଲା ଜୁଆର, ଭିଡ଼ି ନେଲା ସମୁଦ୍ର

ଖଲ୍ଲିକୋଟ : ବାଲିଯାତ୍ରାକୁ ବୁଲିବାକୁ ଆସିଥିଲେ ୩ ସାଙ୍ଗ। ବୁଲାବୁଲି ପରେ ତିନି ଜଣ ମିଶି ସମୁଦ୍ରରେ ଗାଧୋଉଥିଲେ। ହେଲେ ହଠାତ୍ ମାଡ଼ି ଆସିଥିଲା ଏକ ଉଚ୍ଚ ଜୁଆର। ସମସ୍ତଙ୍କୁ ସମୁଦ୍ର ଭିତରକୁ ଭିଡ଼ି ନେଲା। ସେମାନେ ବୁଡ଼ି ଯାଉଥିବା ବେଳେ ୨ ଜଣଙ୍କୁ ସ୍ଥାନୀୟ ଲୋକେ ଉଦ୍ଧାର କରିଥିବା ବେଳେ ଜଣଙ୍କ ମୃତ୍ୟୁ ହୋଇଛି। ଗଞ୍ଜାମ ଜିଲ୍ଲା ରମ୍ଭା ଥାନା ଅନ୍ତର୍ଗତ ହୁମ୍ମା ଫାଣ୍ଡି ଅନ୍ତର୍ଗତ ବଟେଶ୍ୱର ନିକଟସ୍ଥ ସମୁଦ୍ରରେ ଆଜି ମଧ୍ୟାହ୍ନ ସମୟରେ ଏହି ଅଘଟଣ ଘଟିଛି। ମୃତକ ଜଣକ ହୁମ୍ମା ଗାଁ’ର  ୧୫ ବର୍ଷୀୟ ରବିନ୍ଦ୍ର ସ୍ୱାଇଁ। ସୂଚନା ଅନୁସାରେ, ବାବା ବଟେଶ୍ଵର ଶୈବ ପୀଠ ନିକଟରେ ବାଲିଯାତ୍ରା ଚାଲିଛି। ଆଜି ଶେଷ ସୋମବାର ଥିବାରୁ ଏଠାରେ ପ୍ରବଳ ଶ୍ରଦ୍ଧାଳୁଙ୍କ ଭିଡ଼ ଜମିଛି। ବାଲିଯାତ୍ରା ବୁଲିବାକୁ ମଧ୍ୟ ଭିଡ଼ ରହିଛି। ଏହି ପୀଠ ନିକଟରେ ସମୁଦ୍ର ରହିଛି। ଏହି ବାଲିଯାତ୍ରା ବୁଲିବାକୁ ତିନି ଜଣ ସାଙ୍ଗ ହୋଇଯାଇଥିଲେ। କିଛି ସମୟ ବୁଲାବୁଲି କରିବା ପରେ ସେମାନେ ସମୁଦ୍ରରେ ସ୍ନାନ କରିବାକୁ ଯାଇଥିଲେ। ଗାଧୋଇବା ବେଳେ ଜୁଆର ସେମାନଙ୍କୁ ଭିଡ଼ି ନେଇଥିଲା। ସ୍ଥାନୀୟ କିଛି ଲୋକେ ଏହା ଦେଖି ସମସ୍ତଙ୍କୁ ଉଦ୍ଧାର କରିବାକୁ ଚେଷ୍ଟା କରିଥିଲେ। ହେଲେ ସେତେବେଳକୁ ସମୁଦ୍ର ଜଣଙ୍କ ଜୀବନ ନେଇ ସାରିଥିଲା। ଉଦ୍ଧାର ହୋଇଥିବା ୨ ଯୁବକ ଛତ୍ରପୁର ମେଡିକାଲରେ ଭର୍ତ୍ତି ହୋଇଛନ୍ତି।

Show More

Related Articles

Back to top button