ଓଡ଼ିଶା
ପକ୍ଷୀ ଧକ୍କା ପରେ ଜରୁରୀକାଳୀନ ଅବତରଣ କଲା ଯୋଗୀ ଆଦିତ୍ୟନାଥଙ୍କ ହେଲିକପ୍ଟର
ଜରୁରୀକାଳୀନ ଅବତରଣ କଲା ଉତ୍ତରପ୍ରଦେଶ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥଙ୍କ ହେଲିକପ୍ଟର । ଆକାଶପଥରେ ହେଲିକପ୍ଟରରେ ପକ୍ଷୀ ଧକ୍କା ହେବା ପରେ ଯୋଗୀଙ୍କ ହେଲିକପ୍ଟରକୁ ବାରାଣସୀର ବାବାତପୁର ବିମାନବନ୍ଦରରେ ଜରୁରୀକାଳୀନ ଅବତରଣ କରାଯାଇଛି ।
ସୂଚନା ମୁତାବକ,ବାରଣାସୀରୁ ଲକ୍ଷ୍ନୌରେ ଆୟୋଜିତ ଏକ କାର୍ଯ୍ୟକ୍ରମରେ ସାମିଲ ହେବାକୁ ଉଡାଣ ଭରିଥିଲେ ଯୋଗୀ । ତେବେ ଆକାଶପଥରେ ଏକ ପକ୍ଷୀ ସହ ଧକ୍କା ହେବା ପରେ ହେଲିକପ୍ଟରରେ ଉପସ୍ଥିତ ସୁରକ୍ଷା କର୍ମୀମାନେ ଏମରଜେନ୍ସି ଲ୍ୟାଣ୍ଡିଂ କରିବାକୁ ପାଇଲଟଙ୍କୁ କହିଥିଲେ । ଅବତରଣ ପରେ ଯୋଗୀ ଆଦିତ୍ୟନାଥ ବାରଣାସୀର ସର୍କିଟ ହାଉସରେକିଛି ସମୟ ପାଇଁ ଅଟକିଥିଲେ । ବର୍ତ୍ତମାନ ସେ ସଂପୂର୍ଣ୍ଣ ସୁରକ୍ଷିତ ଅଛନ୍ତି । ବର୍ତ୍ତମାନ ସେଠାରୁ ଏକ ସ୍ୱତନ୍ତ୍ର ବିମାନରେ ମୁଖ୍ୟମନ୍ତ୍ରୀ ଲକ୍ଷ୍ନୌ ଅଭିମୁଖେ ଯାତ୍ରା କରିବେ ।