


କଟକ: କଟକ ଚାଉଳିଆଗଞ୍ଜ ବାଲିସାହି ନଦୀକୂଳ ନିକଟରେ ଥିବା ଏକ ପାନ ଦୋକାନରେ ଭୟାବହ ଅଗ୍ନିକାଣ୍ଡ ଘଟି ଅଞ୍ଚଳରେ ଆତଙ୍କ ସୃଷ୍ଟି କରିଛି। ଅଗ୍ନିକାଣ୍ଡ ସମୟରେ ଦୁଇଟି ଗ୍ୟାସ୍ ସିଲିଣ୍ଡର ବିସ୍ଫୋରଣ ଘଟିଥିବାରୁ ନିଆଁ ଆହୁରି ଭୟଙ୍କର ରୂପ ଧାରଣ କରିଥିଲା। ହଠାତ୍ ଘଟିଥିବା ଏହି ଘଟଣାରେ ସ୍ଥାନୀୟ ଲୋକମାନେ ଭୟଭୀତ ହୋଇ ପଡ଼ିଥିଲେ।
ଖବର ପାଇ ଅଗ୍ନିଶମ ବାହିନୀ ତୁରନ୍ତ ଘଟଣାସ୍ଥଳକୁ ପହଞ୍ଚି ଦୀର୍ଘ ସମୟ ଧରି ଚେଷ୍ଟା କରି ନିଆଁକୁ ଆୟତ୍ତ କରିଥିଲେ। ତେବେ ନିଆଁ ଆଖପାଖରେ ଥିବା ଅନ୍ୟ ଦୋକାନକୁ ପ୍ରସାରିତ ହେବା ପୂର୍ବରୁ ଦମକଳ କର୍ମଚାରୀମାନେ ଏହାକୁ ନିୟନ୍ତ୍ରଣ କରିବାରେ ସଫଳ ହୋଇଥିଲେ।
ସୌଭାଗ୍ୟବଶତଃ ଏହି ଅଗ୍ନିକାଣ୍ଡରେ କାହାରି ମୃତ୍ୟୁ କିମ୍ବା ଗୁରୁତର ଆହତ ହେବା ନେଇ କୌଣସି ସୂଚନା ମିଳିନି। ଘଟଣା ପରେ ସମ୍ପୂର୍ଣ୍ଣ ପରିସ୍ଥିତି ଏବେ ନିୟନ୍ତ୍ରଣାଧୀନ ରହିଛି। ଅଗ୍ନିକାଣ୍ଡର ସଠିକ କାରଣ ନେଇ ତଦନ୍ତ ଆରମ୍ଭ ହୋଇଛି।