Breaking PLUSଅପରାଧଓଡ଼ିଶାମୁଖ୍ୟ ଖବର

ବାଲିଅନ୍ତା କନଷ୍ଟେବଳ ମୃତ୍ୟୁ ଘଟଣା: ମୁଖ୍ୟ ଅଭିଯୁକ୍ତ ଚିନୁ ଗିରଫ, ମୋଟ ୧୩ ଜଣ ଗିରଫ

ଭୁବନେଶ୍ବରର ବାଲିଅନ୍ତା ଅଞ୍ଚଳରେ କନଷ୍ଟେବଳ ସୌମ୍ୟରଞ୍ଜନ ସ୍ବାଇଁଙ୍କୁ ଉତ୍ତ୍ୟକ୍ତ ଲୋକଙ୍କ ଦ୍ୱାରା ପିଟିପିଟି ହତ୍ୟା କରାଯାଇଥିବା ଘଟଣାରେ ପୁଲିସ୍‌କୁ ବଡ଼ ସଫଳତା ମିଳିଛି। କଟକ ସଦର ଥାନା ଗଙ୍ଗେଶ୍ବରପଡ଼ାରୁ ମୁଖ୍ୟ ଅଭିଯୁକ୍ତ ଚିନୁ ଓରଫ୍ ରଞ୍ଜିତ ପାତ୍ରକୁ ପୁଲିସ୍‌ ଗିରଫ କରିଛି।

ତଦନ୍ତରୁ ଜଣାପଡ଼ିଛି ଯେ, ସୌମ୍ୟରଞ୍ଜନଙ୍କୁ ହାତଗୋଡ଼ ବାନ୍ଧି ଚିନୁ ବାଉଁଶରେ ନିର୍ମମ ଭାବେ ପିଟିଥିଲା। ଏହାପୂର୍ବରୁ ପୁଲିସ୍‌ ୧୧ ଜଣଙ୍କୁ ଗିରଫ କରିଥିବାବେଳେ, ବଣ୍ଟି ଓରଫ୍ ଯୁଧିଷ୍ଠିର ଜେନାକୁ ମଧ୍ୟ କୋର୍ଟ ଚାଲାଣ କରାଯାଇଥିଲା। ଏପର୍ଯ୍ୟନ୍ତ ଏହି ମାମଲାରେ ମୋଟ ୧୩ ଜଣ ଅଭିଯୁକ୍ତ ଗିରଫ ହୋଇଛନ୍ତି।

ଘଟଣାର ତଦନ୍ତ ପାଇଁ କ୍ରାଇମବ୍ରାଞ୍ଚର ଦୁଇଟି ଟିମ୍‌ କାର୍ଯ୍ୟରତ ରହିଛି। ସେପଟେ ଘଟଣାକୁ ନେଇ ପୁଲିସ୍‌ ବିଭାଗରେ ମଧ୍ୟ ବଡ଼ ପଦକ୍ଷେପ ନିଆଯାଇଛି। ୪ ଜଣ ପୁଲିସ କର୍ମଚାରୀଙ୍କୁ ନିଲମ୍ବନ କରାଯାଇଥିବାବେଳେ ବାଲିଅନ୍ତା ଥାନା ଆଇଆଇସି ଅନୀଲ ପରିଡ଼ାଙ୍କୁ ୟୁପିଡି ଭୁବନେଶ୍ବର ମୁଖ୍ୟାଳୟକୁ ବଦଳି କରାଯାଇଛି।

ଇନ୍ସପେକ୍ଟର ରଶ୍ମିତା ବେହେରାଙ୍କୁ ବାଲିଅନ୍ତା ଥାନାର ନୂତନ ଦାୟିତ୍ବ ଦିଆଯାଇଛି। ସେହିପରି ଜଣେ ଏସ୍‌ଆଇ, ଜଣେ ଏଏସ୍‌ଆଇ, ଜଣେ ଓଏପିଏଫ୍‌, ଜଣେ କନଷ୍ଟେବଲ ଏବଂ ଦୁଇ ଜଣ ହୋମଗାର୍ଡଙ୍କୁ ମଧ୍ୟ କାର୍ଯ୍ୟରୁ ଅନ୍ତର କରାଯାଇଛି।

Show More

Related Articles

Back to top button