ଦୁର୍ଘଟଣାମୁଖ୍ୟ ଖବର

ରିଲ୍ସ କରିବା ହେଲା କାଳ,ଚାଲୁଥିବା ଟ୍ରେନ୍‌ରୁ ପଡ଼ି ଯୁବକ ଗୁରୁତର

ବାଲେଶ୍ୱର ଜିଲ୍ଲାର ମାର୍କୋଣା ରେଳ ଷ୍ଟେସନ୍ ନିକଟରେ ରବିବାର ଏକ ଚିନ୍ତାଜନକ ଘଟଣା ଘଟିଛି। ରିଲ୍ସ ଭିଡିଓ କରୁଥିବା ବେଳେ ଜଣେ ଯୁବକ ଚାଲୁଥିବା ଟ୍ରେନ୍‌ରୁ ପଡ଼ି ଗୁରୁତର ଆହତ ହୋଇଛନ୍ତି।
ସୂଚନା ଅନୁସାରେ, ଯୁବକ ଟ୍ରେନ୍‌ର ଦ୍ୱାର ପାଖରେ ଠିଆ ହୋଇ ଭିଡିଓ କରୁଥିବା ସମୟରେ ସନ୍ତୁଳନ ହାରାଇ ପଡ଼ିଯାଇଥିଲେ। ଆହତ ବ୍ୟକ୍ତି ଆନ୍ଧ୍ର ପ୍ରଦେଶର ମୁଫିଦର ଇସ୍ଲାମ ବୋଲି ପରିଚୟ ମିଳିଛି, ସେ ଆସାମରୁ ସାଙ୍ଗମାନଙ୍କ ସହ ଫେରୁଥିଲେ।
ଘଟଣାରେ ସେ ମୁଣ୍ଡ, ହାତ ଓ ପାଦରେ ଗୁରୁତର ଆଘାତ ପାଇଥିଲେ। ରେଳ କର୍ମଚାରୀମାନେ ତୁରନ୍ତ ଉଦ୍ଧାର କରି ସିମୁଳିଆ ହସ୍ପିଟାଲ୍‌କୁ ପଠାଇଥିଲେ, ପରେ ଅବସ୍ଥା ଗୁରୁତର ହେବାରୁ ଭଦ୍ରକ ହସ୍ପିଟାଲ୍‌କୁ ସ୍ଥାନାନ୍ତର କରାଯାଇଛି।
ଏହି ଘଟଣା ପୁନର୍ବାର ସୋସିଆଲ୍ ମିଡିଆ ରିଲ୍ସ ପ୍ରତି ବଢ଼ୁଥିବା ଆସକ୍ତି ଓ ଅସାବଧାନତାକୁ ଆଗକୁ ଆଣିଛି। ଅଧିକାରୀମାନେ ଯୁବମାନଙ୍କୁ ଏପରି ବିପଦଜନକ କାର୍ଯ୍ୟରୁ ଦୂରେ ରହିବାକୁ ଅନୁରୋଧ କରିଛନ୍ତି।

Show More

Related Articles

Back to top button