ସଂସଦ ଓ ବିଧାନସଭାରେ ନାରୀଙ୍କ ପ୍ରତିନିଧିତ୍ବ ବୃଦ୍ଧି ଚାହୁଁନି କଂଗ୍ରେସ- ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର, ଏପ୍ରିଲ ୧୯ -କଂଗ୍ରେସ ନେତୃତ୍ୱରେ ବିରୋଧୀ ଦଳ ଦେଶର କୋଟି କୋଟି ମହିଳାଙ୍କ ସ୍ୱପ୍ନକୁ ଚୁରମାର୍ କରିଛନ୍ତି । ନାରୀ ଶକ୍ତି ଏହାର ଜବାବ ଦେବେ । ଭୁବନେଶ୍ୱର ସ୍ଥିତ ବିଜେପି କାର୍ଯ୍ୟାଳୟରେ କଂଗ୍ରେସକୁ ମୁଖ୍ୟମନ୍ତ୍ରୀଙ୍କ ଟାର୍ଗେଟ୍।
ନାରୀ ଶକ୍ତି ବନ୍ଦନ ଅଧିନିୟମ ପ୍ରସଙ୍ଗରେ କଂଗ୍ରେସକୁ ଟାର୍ଗେଟ କରିଛନ୍ତି ମୁଖ୍ୟମନ୍ତ୍ରୀ । ଭୁବନେଶ୍ବର ସ୍ଥିତ ବିଜେପି କାର୍ଯ୍ୟାଳୟରେ କଂଗ୍ରେସକୁ ଟାର୍ଗେଟ୍ କରି ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ କହିଛନ୍ତି ଯେ, ଆଜିକା ଦିନରେ ନାରୀ ସବୁ କ୍ଷେତ୍ରରେ ପାରଦର୍ଶିତା ଦେଖାଇ ପାରିଛନ୍ତି । ୧୪୦ କୋଟି ଜନସଂଖ୍ୟା ବିଶିଷ୍ଟ ଦେଶରେ ଅଧା ହେଉଛନ୍ତି ମହିଳା । ନାରୀ ଶକ୍ତି ନିଶ୍ଚିତ ଭାବରେ ଆଗାମୀ ଦିନରେ ଏହାର ଜବାବ ଦେବେ । ସଂସଦ ଓ ବିଧାନସଭାରେ ନାରୀଙ୍କ ପ୍ରତିନିଧିତ୍ବ ବୃଦ୍ଧି ଚାହୁଁନି କଂଗ୍ରେସ । କାରଣ ବିଲ୍ ପାସ୍ ହୋଇଥିଲେ ୨୭୨ ମହିଳା ସଂସଦକୁ ନିର୍ବାଚିତ ହୋଇଥାନ୍ତେ । ମାତୃଶକ୍ତିକୁ ସଶକ୍ତ କରିବା ପାଇଁ ପ୍ରଧାନମନ୍ତ୍ରୀ ମୋଦି ଶପଥ ନେଇ ସାରିଛନ୍ତି । ଯେଉଁମାନେ ଆଜି ଭାବୁଛନ୍ତି ଆମେ ଏହାକୁ ରୋକି ଦେଲୁ, ତାହା ଭୁଲ୍ । ମୋଦି ଯାହା ପଣ କରିଥାନ୍ତି, ତାହାକୁ ନିଶ୍ଚିତ ଭାବେ କାର୍ଯ୍ୟକାରୀ କରିଥାନ୍ତି ବୋଲି ମୁଖ୍ୟମନ୍ତ୍ରୀ କହିଛନ୍ତି ।


