Breaking PLUSଓଡ଼ିଶାମୁଖ୍ୟ ଖବର
ରାଜ୍ୟରେ ଅଛନ୍ତି 15 ମାଓବାଦୀ- ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର- ରାଜ୍ୟରେ ୧୫ ମାଓବାଦୀ ଅଛନ୍ତି । ଏନେଇ ଗୃହରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଉତ୍ତର ରଖିଛନ୍ତି । କନ୍ଧମାଳ-କଳାହାଣ୍ଡି-ରାୟଗଡ଼ା ସୀମାନ୍ତ ଅଞ୍ଚଳରେ ଅଛନ୍ତି ୧୫ ମାଓବାଦୀ ।
ରାଜ୍ୟରେ ଅନ୍ୟ କୌଣସି ସ୍ଥାନରେ ମାଓବାଦୀ ନାହାନ୍ତି ବୋଲି ଗୃହରେ ମୁଖ୍ୟମନ୍ତ୍ରୀ କହିଛନ୍ତି । ୨୦୨୬ ମାର୍ଚ୍ଚ ୧୫ ସୁଦ୍ଧା ୯୬ ମାଓବାଦୀ/ମିଲିସିଆ ଆତ୍ମସମର୍ପଣ କରିଛନ୍ତି ।କନ୍ଧମାଳ ଜିଲ୍ଲାକୁ ମାଓବାଦୀ ପ୍ରଭାବିତ ଜିଲ୍ଲା ଭାବରେ ବିବେଚିତ କରାଯାଉଛି ।୨୦୨୬ ମାର୍ଚ୍ଚ ୩୧ ସୁଦ୍ଧା ଓଡ଼ିଶା ହେବ ସମ୍ପୂର୍ଣ୍ଣ ମାଓ ମୁକ୍ତ ରାଜ୍ୟ ବୋଲି ମୁଖ୍ୟମନ୍ତ୍ରୀ କହିଛନ୍ତି ।


