Breaking PLUSଓଡ଼ିଶାମୁଖ୍ୟ ଖବର
ଭୁବନେଶ୍ୱରରେ ହତ୍ୟା ମାମଲା କମୁଛି, କଟକରେ ବଢ଼ି ଚାଲିଛି

ଭୁବନେଶ୍ୱର- ଭୁବନେଶ୍ୱରରେ ହତ୍ୟା ମାମଲା କମୁଛି, ହେଲେ କଟକରେ ବଢ଼ି ଚାଲିଛି । ଗୃହରେ ଲିଖିତ ଉତ୍ତର ରଖିଛନ୍ତି ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ।
୨୦୨୪ରେ କଟକରେ ୨୧ଟି ହତ୍ୟା ମାମଲା ପଞ୍ଜିକୃତ ହୋଇଥିଲା । ସେହିପରି ୨୦୨୫ରେ ଏହି ସଂଖ୍ୟା ବଢ଼ି ୨୪ରେ ପହଁଚିଲା ।ଭୁବନେଶ୍ୱରରେ ହତ୍ୟା ଅଧିକ ଥିଲେ ବି ୨୦୨୪ ତୁଳନାରେ ୨୦୨୫ରେ କମ୍ ହୋଇଛି । ‘୨୦୨୪ରେ ଭୁବନେଶ୍ୱରରେ ୪୩ଟି ହତ୍ୟା ମାମଲା ପଞ୍ଜିକରଣ ହୋଇଥିଲା । ଯାହା ୨୦୨୫ ମସିହାରେ କମି ୩୩ରେ ରହିଲା ବୋଲି ମୁଖ୍ୟମନ୍ତ୍ରୀ କହିଛନ୍ତି ।



