Breaking PLUSଓଡ଼ିଶାମୁଖ୍ୟ ଖବର
ଆହୁରି 3ଦିନ କାଳବୈଶାଖୀ

ଭୁବନେଶ୍ୱର, 4 ଏପ୍ରିଲ- ରାଜ୍ୟରେ କାଳବୈଶାଖୀ ବର୍ଷା ଜାରି ରହିଛି । କିଛିଦିନ ହେବ ବର୍ଷା ହେଉଥିବାବେଳେ ରବିବାର ମେଘୁଆ ପାଗ ଯୋଗୁ ତାତିରୁ ଆଶ୍ୱସ୍ତି ମିଳିଛି। ତେବେ ଆଗାମୀ ୩ଦିନ ଯାଏ ପ୍ରବଳ ବର୍ଷା ଓ ପବନର ସମ୍ଭାବନା ଥିବାରୁ ପାଣିପାଗ ବିଭାଗ ସତର୍କ କରିଛି।
ସୋମବାର ରାଜ୍ୟର ପ୍ରାୟ ସବୁ ଜିଲାରେ ବର୍ଷା ହେବ। ବାଲେଶ୍ୱର, ଭଦ୍ରକ, ଯାଜପୁର, କେନ୍ଦ୍ରାପଡ଼ା, କଟକ, ଜଗତ୍ସିଂହପୁର, ମୟୁରଭଞ୍ଜ, କେନ୍ଦୁଝର, ସୁନ୍ଦରଗଡ଼, ନବରଙ୍ଗପୁର, କୋରାପୁଟ, କଳାହାଣ୍ଡି ଏବଂ ରାୟଗଡ଼ା ଜିଲାକୁ ଘଡ଼ଘଡ଼ି ବିଜୁଳି ସହିତ ପ୍ରବଳ ବର୍ଷା ପବନ ନେଇ ଅରେଞ୍ଜ ଓ୍ବାର୍ନିଂ ଜାରି କରାଯାଇଛି। ଏହି ସମୟରେ ପବନର ବେଗ ଘଣ୍ଟାପ୍ରତି ୫୦ ରୁ ୬୦ କି.ମି. ପର୍ଯ୍ୟନ୍ତ ରହିବା ନେଇ ସୂଚନା ଦିଆଯାଇଛି।



