Breaking PLUSଓଡ଼ିଶାମୁଖ୍ୟ ଖବର
ମୋନ୍ଥା ପାଇଁ ୪୨ ଟ୍ରେନ୍ ବାତିଲ୍ କଲା ପୂର୍ବତଟ ରେଲୱେ
ଭୁବନେଶ୍ୱର- ମୋନ୍ଥା ପାଇଁ ୪୨ ଟ୍ରେନ୍ ବାତିଲ୍ କଲା ପୂର୍ବତଟ ରେଲୱେ । ଯାତ୍ରୀଙ୍କ ସୁରକ୍ଷାକୁ ସୁନିଶ୍ଚିତ କରିବାକୁ ବଡ଼ ପଦକ୍ଷେପ । ୪୨ ଟ୍ରେନ୍ ବାତିଲ୍, ୨ଟି ଟ୍ରେନ୍ର ଗତିପଥ ପରିବର୍ତ୍ତନ କରାଯାଇଛି । ଆଉ ୮ଟି ଟ୍ରେନ୍ର ସମୟ ପୁନଃ ନିର୍ଦ୍ଧାରଣ କରାଯାଇଛି । ପ୍ରମୁଖ ଟ୍ରେନ୍ ମଧ୍ୟରୁ ଆଜି କୋଣାର୍କ ଏକ୍ସପ୍ରେସ୍ ବାତିଲ୍ କରାଯାଇଛି । ପଲାସା, ଖୋର୍ଦ୍ଧା ରୋଡ୍, ଭୁବନେଶ୍ବରରେ ହେଲ୍ପ ଡେସ୍କ । ବିଶାଖାପାଟଣା, ବିଜୟନଗରମ, ଶ୍ରୀକାକୁଲମ ରୋଡ୍ରେ ହେଲ୍ପ ଡେସ୍କ । ଦୁଭାଡ଼ା ଓ ରାୟଗଡ଼ାରେ ବି ଖୋଲିଛି ହେଲ୍ପ ଡେସ୍କ ।



