Breaking PLUSଦେଶ ବିଦେଶମୁଖ୍ୟ ଖବର
ମେକ୍ସିକୋରେ 6.4 ତୀବ୍ରତାର ଭୂକମ୍ପ ଅନୁଭୂତ

ମେକ୍ସିକୋ-ଗ୍ବାଟେମାଲା ସୀମାରେ ଶକ୍ତିଶାଳୀ ଭୂକମ୍ପ ଅନୁଭୂତ ହୋଇଛି। ରକ୍ଟର ସ୍କେଲରେ ଭୂକମ୍ପର ତୀବ୍ରତା ୬.୪ଥିବା ରେକର୍ଡ କରାଯାଇଛି। ଏପର୍ଯ୍ୟନ୍ତ କୌଣସି ବଡ଼ କ୍ଷୟକ୍ଷତିର ଖବର ନାହିଁ। ଭୂକମ୍ପ ଯୋଗୁଁ ଲୋକମାନେ ଭୟଭୀତ ହୋଇ ଘରୁ ବାହାରକୁ ଆସିଥିଲେ। ମେକ୍ସିକୋର ସୁଚାଇଟ ସହରରେ ସକାଳ ୬ଟାରେ ଭୂକମ୍ପର କମ୍ପନ ଅନୁଭୂତ ହୋଇଥିଲା। ସୁଚିଆଟ ସହର ମେକ୍ସିକୋ-ଗୁଆଟେମାଲା ସୀମାରେ ଅବସ୍ଥିତ ଏବଂ ସୁଚିଆଟ ନଦୀ ଦୁଇ ଦେଶର ସୀମାକୁ ପୃଥକ କରିଛି । ସୁଚିଟ ନଦୀ ଯେଉଁସ୍ଥାନରେ ସମୁଦ୍ରରେ ପଡିଛି ସେହିଠାରେ ଭୂକମ୍ପର କେନ୍ଦ୍ରସ୍ଥଳ ଥିଲା ।