Breaking PLUSଦେଶ ବିଦେଶମୁଖ୍ୟ ଖବର
ବିଶ୍ୱବ୍ୟାପୀ ଜାରି ରହିଛି ମହାମାରୀ କରୋନା ଆତଙ୍କ, ୧୨.୨୮ କୋଟିରେ ପହଁଞ୍ଚିଲା ସଂକ୍ରମିତଙ୍କ ସଂଖ୍ୟା
ବିଶ୍ବବ୍ୟାପୀ କରୋନା ମହାମାରୀର ପ୍ରକୋପ ଜାରି ରହିଛି। ବିଗତ ୨୪ ଘଣ୍ଟା ମଧ୍ୟରେ ବିଶ୍ବରେ ୮୧୭୭ ସଂକ୍ରମିତଙ୍କ ମୃତ୍ୟୁ ହୋଇଥିବା ବେଳେ ମୋଟ୍ ମୃତ୍ୟୁ ସଂଖ୍ୟା ୨୭.୦୯ ଲକ୍ଷରୁ ଅଧିକ ରହିଛି।
ବିଶ୍ବବ୍ୟାପୀ କରୋନା ମହାମାରୀର ପ୍ରକୋପ ଜାରି ରହିଛି। ବିଗତ ୨୪ ଘଣ୍ଟା ମଧ୍ୟରେ ବିଶ୍ବରେ ୮୧୭୭ ସଂକ୍ରମିତଙ୍କ ମୃତ୍ୟୁ ହୋଇଥିବା ବେଳେ ମୋଟ୍ ମୃତ୍ୟୁ ସଂଖ୍ୟା ୨୭.୦୯ ଲକ୍ଷରୁ ଅଧିକ ରହିଛି। ମୋଟ ସଂକ୍ରମିତଙ୍କ ସଂଖ୍ୟା ୧୨.୨୮ କୋଟିରୁ ଅଧିକ ରହିଛି ଏବଂ ୬.୯୫ କୋଟିରୁ ଅଧିକ ଲୋକ ଏହି ସଂକ୍ରମଣରୁ ସୁସ୍ଥ ହୋଇସାରିଛନ୍ତି। ବିଶ୍ବରେ ଏବେ ୧୯୨ଟି ରାଷ୍ଟ୍ରରେ କରୋନାର ପ୍ରକୋପ ରହିଛି। ଭାରତ, ଆମେରିକା ଏବଂ ବ୍ରାଜିଲ୍ରେ ସବୁଠାରୁ ଅଧିକ ମାମଲା ରହିଛି। ଆମେରିକାରେ ସଂକ୍ରମିତଙ୍କ ସଂଖ୍ୟା ୨.୯୭ କୋଟିରୁ ଅଧିକ ଥିବା ବେଳେ ଆଜି ସୁଦ୍ଧା ମହାମାରୀରେ ୫,୪୧,୯୧୪ ଜଣଙ୍କ ମୃତ୍ୟୁ ଘଟିଛି। ଦ୍ବିତୀୟ ସ୍ଥାନରେ ଥିବା ବ୍ରାଜିଲରେ ସଂକ୍ରମିତଙ୍କ ସଂଖ୍ୟା ୧.୨୧ କୋଟି ଅତିକ୍ରମ କରିଯାଇଥିବା ବେଳେ ମୃତ୍ୟୁ ସଂଖ୍ୟା ୨,୯୩,୭୫୨ ରହିଛି। ରୁଷ୍ରେ ୪୩.୯୭ ଲକ୍ଷରୁ ଅଧିକ ଲୋକ କରୋନା ସଂକ୍ରମିତ ହୋଇଛନ୍ତି ଏବଂ ୯୩ ହଜାରରୁ ଅଧିକ ଲୋକଙ୍କ ମୃତ୍ୟୁ ଘଟିଛି।