ସୌରଭ ଗାଙ୍ଗୁଲିଙ୍କ ବଡ଼ ବୟାନ, ଭାରତରେ ଖେଳାଯିବନି ଆଇପିଏଲ୍
କରୋନା କାରଣରୁ ଚଳିତ ଆଇପିଏଲ୍ ଲିଗ୍କୁ ସ୍ଥଗିତ ରଖାଯାଇଛି । କିଛି ମ୍ୟାଚ୍ ଖେଳାଯାଇଥିବା ବେଳେ ବଳକା ମ୍ୟାଚ୍ କେଉଁଠି ଖେଳିଯିବ ସେ ନେଇ କ୍ରିକେଟ୍ ପ୍ରେମୀ ଉତ୍ସୁକତାର ସହ ଅପେକ୍ଷା କରିଛନ୍ତି

୨୦୨୧ ଆଇପଏଲ୍କୁ ନେଇ ବିସିସିଆଇ ଅଧ୍ୟକ୍ଷ ସୈରଭ ଗାଙ୍ଗୁଲି ବଡ଼ ବୟାନ ଦେଇଛନ୍ତି । ସେ କହିଛନ୍ତି ଯେ, ବର୍ତ୍ତମାନ ପରିସ୍ଥିତିରେ ବଳକା ମ୍ୟାଚ୍ କେବେ ଖେଳାଯିବ ସେ ବିଷୟରେ କହିହେବ ନାହିଁ । ଚଳିତ ସିଜିନ୍ର ୬୦ଟି ମ୍ୟାଚ୍ରୁ ୨୯ଟି ଖେଳା ସରିଛି । ଏବେ ୩୧ଟି ବାକି ରହିଛି । ଯଦି ଏହି ଲିଗ୍ ବାତିଲ୍ ହୋଇଯିବ ତେବେ ବୋର୍ଡର ପାଖାପାଖି ୨୫ ଶହ କୋଟି ଟଙ୍କା କ୍ଷତି ହେବ ।ଗାଙ୍ଗୁଲି ଷ୍ଟାର୍ସ୍ପୋର୍ଟ୍ସ ସହିତ କଥା ହୋଇ ଜଣାଇଛନ୍ତି ଯେ, ୧୪ ଦିନର କ୍ୱାରେଣ୍ଟାଇନ୍ କାରଣରୁ ଖେଳାଳୀ ମାନଙ୍କୁ ହଇରାଣ ହେବାକୁ ପଡ଼ୁଛି ।
ଏହାକୁ ସମ୍ଭାଳିବା ଏବେ କଷ୍ଟ । କିନ୍ତୁ କେବେ ପୁଣି ଖେଳ ଆରମ୍ଭ ହେବ ସେ ବିଷୟରେ କହି ହେବ ନାହିଁ ।ସେ ଆହୁରି ମଧ୍ୟ କହିଛନ୍ତି ଯେ, ଆମେ ଏକ ଜୈବ ନିରାପତ୍ତା ବଳୟ ତିଆରି କରିଥିଲୁ ଏବଂ ନିୟମ ମଧ୍ୟ ପାଳନ କରାଯାଇଛି । ଆମେ ସମସ୍ତଙ୍କର ସମର୍ଥନ ପାଇଥିଲୁ । ଡିସେମ୍ବର-ଫେବୃଆରୀରେ କରୋନାରେ କମ୍ ମାମଲା ଥିଲା । ଏହି କାରଣରୁ ଆମେ ମହିଳା କ୍ରିକେଟ୍, ସୟଦ ମୁଶତାକ୍ ଅଲି, ବିଜୟ ହାଜାରେ ଟ୍ରଫି ଆୟୋଜନ କରିବାରେ ସଫଳ ହୋଇଥିଲୁ । ଆମେ ମଧ୍ୟ ଜୁନିଅର କ୍ରିକେଟ୍ ପାଇଁ ଯୋଜନା କରୁଥିଲୁ, କିନ୍ତୁ କରୋନାର ଦ୍ୱିତୀୟ ଲହରୀ କାରଣରୁ ଆମକୁ କମ୍ ସୁଯୋଗ ମିଳିଥିଲା । ଏହି କାରଣରୁ, ଲିଗ୍କୁ ବାତିଲ କରାଯାଇଥିଲା । ହୋଲେ ଭାରତ ବାହାରେ ବଳକା ମ୍ୟାଚ୍ ଖେଳା ଯିବା ପାଇଁ ବିଚାର କରାଯାଉଛି ।