ବଢୁଛି କରୋନା, ଜୁନ ୧୫ ପର୍ଯ୍ୟନ୍ତ ମହାପ୍ରଭୁଙ୍କ ଦର୍ଶନ ବନ୍ଦ
କୋଭିଡ୍ ସଂକ୍ରମଣ ଥମିବାର ନାମ ନେଉନି । ମହାପ୍ରଭୁଙ୍କ ସେବାପୂଜାରେ ନିୟୋଜିତ ସେବକମାନଙ୍କ ସଂକ୍ରମଣ ସମସ୍ୟା ରହିଛି । ଆଗକୁ ମହାପ୍ରଭୁଙ୍କ ବିଶ୍ୱପ୍ରସିଦ୍ଧ ରଥଯାତ୍ରାକୁ ଏହା ବିପଦ ସୃଷ୍ଟି କରିବ । ତା ସହ ଶ୍ରୀମନ୍ଦିରରେ ଅନେକ ଗୁପ୍ତ ସେବା ବି ଅନୁପାଳନ ହେବ । ତେଣୁ ଶ୍ରୀମନ୍ଦିରରେ ସାଧାରଣ ଭକ୍ତଙ୍କ ଦର୍ଶନ ବନ୍ଦ ଅବଧିକୁ ରବିବାର ଠାରୁ ଆଉ ଏକ ମାସ ବଢ଼ାଇ ଦିଆଯାଇଛି ।

କୋଭିଡ୍ ସଂକ୍ରମଣ ଥମିବାର ନାମ ନେଉନି । ମହାପ୍ରଭୁଙ୍କ ସେବାପୂଜାରେ ନିୟୋଜିତ ସେବକମାନଙ୍କ ସଂକ୍ରମଣ ସମସ୍ୟା ରହିଛି । ଆଗକୁ ମହାପ୍ରଭୁଙ୍କ ବିଶ୍ୱପ୍ରସିଦ୍ଧ ରଥଯାତ୍ରାକୁ ଏହା ବିପଦ ସୃଷ୍ଟି କରିବ । ତା ସହ ଶ୍ରୀମନ୍ଦିରରେ ଅନେକ ଗୁପ୍ତ ସେବା ବି ଅନୁପାଳନ ହେବ । ତେଣୁ ଶ୍ରୀମନ୍ଦିରରେ ସାଧାରଣ ଭକ୍ତଙ୍କ ଦର୍ଶନ ବନ୍ଦ ଅବଧିକୁ ରବିବାର ଠାରୁ ଆଉ ଏକ ମାସ ବଢ଼ାଇ ଦିଆଯାଇଛି । ଆସନ୍ତା ଜୁନ୍ ୧୫ ତାରିଖ ପର୍ଯ୍ୟନ୍ତ ଭକ୍ତମାନେ ଶ୍ରୀମନ୍ଦିରକୁ ପ୍ରବେଶ କରିପାରିବେ ନାହିଁ । ଏହି କଟକଣା ମହାପ୍ରଭୁଙ୍କ ତିନୋଟି ପର୍ବ ନୀଳାଦ୍ରି ମହୋଦୟ, ନୃସିଂହ ଜନ୍ମ, ଭଉଁରୀ ପର୍ବକୁ ପ୍ରଭାବିତ କରିବ ।
ମହାପ୍ରଭୁଙ୍କ ଦର୍ଶନ ବନ୍ଦ ଏବଂ ବର୍ତ୍ତମାନର କୋଭିଡ୍ ପରିସ୍ଥିତି ସମ୍ପର୍କରେ ରବିବାର ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ ଡ. କ୍ରିଷନ କୁମାର ଭର୍ଚୁଆଲ୍ ମୋଡ୍ରେ ସମୀକ୍ଷା କରିଥିଲେ । ଜିଲ୍ଲାପାଳ ସମର୍ଥ ବର୍ମା, ଅତିରିକ୍ତ ଏସ୍ପିଙ୍କ ସହ ଶ୍ରୀମନ୍ଦିର ବରିଷ୍ଠ ଅଧିକାରୀମାନେ ଏହି ସମୀକ୍ଷାରେ ଭାଗ ନେଇଥିଲେ । ବିଚାର ବିମର୍ଶ ପରେ ନିଷ୍ପତ୍ତି ହୋଇଥିଲା ଯେ, ସଂକ୍ରମଣ ପ୍ରଭାବ ବଢ଼ୁଛି । ଶ୍ରୀମନ୍ଦିର ସେବାୟତମାନେ ବି ଆକ୍ରାନ୍ତ ହେଉଛନ୍ତି । ତେଣୁ ବର୍ତ୍ତମାନ ପରିସ୍ଥିତିରେ ଶ୍ରୀମନ୍ଦିର ଭିତରକୁ ଦର୍ଶନାର୍ଥୀଙ୍କୁ ପ୍ରବେଶ ଅନୁମତି ଦିଆଯିବ ନାହିଁ ।
ଭର୍ଚୁଆଲ୍ ବୈଠକ ପରେ ମୁଖ୍ୟ ପ୍ରଶାସକ କହିଥିଲେ ଯେ, ଏପ୍ରିଲ୍ ୨୧ରେ ଜାରି ହୋଇଥିବା ଦର୍ଶନ ବନ୍ଦ କଟକଣା ଆଜି ଶେଷ ହେଉଥିଲା । ଏହା ପୂର୍ବରୁ ସାଧାରଣ ଭକ୍ତଙ୍କ ଦର୍ଶନ ବନ୍ଦ ଅବଧିକୁ ଆଗାମୀ ଜୁନ ୧୫ ତାରିଖ ପର୍ଯ୍ୟନ୍ତ ବଢ଼ାଇ ଦିଆଯାଇଛି । ଅନ୍ୟାଦେଶ ପର୍ଯ୍ୟନ୍ତ ଶ୍ରୀମନ୍ଦିରରେ ଭକ୍ତଙ୍କ ଦର୍ଶନ ବନ୍ଦ କଟକଣା ଜାରି ରହିବ ବୋଲି ଶ୍ରୀମନ୍ଦିର ପ୍ରଶାସନ ସୂଚନା ଦେଇଛି ।
ଏହି ପରିପ୍ରେକ୍ଷୀରେ ସେବକଙ୍କୁ ସଂକ୍ରମଣରୁ ସୁରକ୍ଷା ଜରୁରୀ । ପ୍ରଭୁଙ୍କ ନୀତି ତଥା ସେବାପୂଜାପରମ୍ପରାକୁ ଜାରି ରଖିବାକୁ ହେଲେ ସେବାୟତମାନେ ସୁସ୍ଥ ରହିବା ପାଇଁ ଟିକାକରଣ, ସ୍ୱାସ୍ଥ୍ୟ ପରୀକ୍ଷା, ଚିକିତ୍ସା ସେବା, ସଙ୍ଗରୋଧ ସେବା, ଔଷଧ ବିତରଣ, ପ୍ରତି ସାହିରେ ସର୍ଭେ ଅଭଯାନକୁ ତ୍ୱରାନ୍ୱିତ କରିବାକୁ ନିଷ୍ପତ୍ତି ହୋଇଛି । ଉଲ୍ଲେଖଯୋଗ୍ୟ ଯେ, କଟକଣା ମଧ୍ୟରେ ମହାପ୍ରଭୁଙ୍କ ୨୧ ଦିନିଆ ବାହାର ଚନ୍ଦନଯାତ୍ରା ଆରମ୍ଭ ହୋଇଛି ।


