Breaking PLUSଓଡ଼ିଶାମୁଖ୍ୟ ଖବର

DMF ପାଣ୍ଠି ବଣ୍ଟନ ପାଇଁ ନୂଆ ନୀତି ଜାରି

ଭୁବନେଶ୍ୱର, 4 ଜୁନ-  ଖଣି ପ୍ରଭାବିତ ଜିଲ୍ଲାଗୁଡ଼ିକ ମଧ୍ୟରେ DMF ପାଣ୍ଠି ବଣ୍ଟନ ପାଇଁ ନୂଆ ନୀତି ଜାରି ହୋଇଛି । ଯୋଜନା ଓ ସଂଯୋଜନା ବିଭାଗ ପକ୍ଷରୁ ବିଜ୍ଞପ୍ତି ପ୍ରକାଶ ପାଇଛି ।

ଖଣି ଅଞ୍ଚଳ ପ୍ରଭାବ ଆଧାରରେ ମିଳିବ ଅର୍ଥ, ଅବସ୍ଥିତି ଆଧାରରେ ନୁହେଁ  । ନ୍ୟାୟସଙ୍ଗତ ବଣ୍ଟନ ପାଇଁ ନୂତନ ବ୍ୟବସ୍ଥା ଲାଗୁ କରିଛନ୍ତି ସରକାର । ଖଣି ସୀମାରୁ ୧୫ କିମି ଯାଏଁ ଅଞ୍ଚଳକୁ ‘ପ୍ରତ୍ୟକ୍ଷ ପ୍ରଭାବିତ ଅଞ୍ଚଳ’ ଗଣନା । ୧୫ରୁ ୨୫ କିମି ମଧ୍ୟର ଅଞ୍ଚଳକୁ ‘ପରୋକ୍ଷ ପ୍ରଭାବିତ ଅଞ୍ଚଳ’ ଗଣନା କରାଯିବ ।

ପାଣ୍ଠିର ୭୦% ପ୍ରତ୍ୟକ୍ଷ ପ୍ରଭାବିତ ଅଞ୍ଚଳର ବିକାଶ ପାଇଁ ବ୍ୟୟ ହେବ  । ୩୦% ପରୋକ୍ଷ ପ୍ରଭାବିତ ଅଞ୍ଚଳର ବିକାଶ ପାଇଁ ବ୍ୟୟ କରାଯିବ । ୨୫ କିମି ବାହାରେ ଥିବା ଅଞ୍ଚଳରେ ଏହି ପାଣ୍ଠି ବ୍ୟବହାର କରାଯିବ ନାହିଁ ।

Show More

Related Articles

Back to top button