Breaking PLUSଓଡ଼ିଶାମୁଖ୍ୟ ଖବର
ତୈଳଦର ବୃଦ୍ଧି ପ୍ରତିବାଦରେ କଂଗ୍ରେସ ପକ୍ଷରୁ ପେଟ୍ରୋଲ ପମ୍ପ ସମ୍ମୁଖରେ ରାଜ୍ୟବ୍ୟାପୀ ଧାରଣା
୧୩ ମାସ ଭିତରେ ପେଟ୍ରୋଲ ଦର ୨୫ ଟଙ୍କା ୭୨ ପଇସା ଓ ଡିଜେଲ ଦର ୨୩ ଟଙ୍କା ୯୩ ପଇସା ବଢ଼ିଛି l ଗତ ୫ ମାସରେ ୪୩ ଥର ତୈଳ ଦର ବଢ଼ିଛି। ଏମିତିକି ଦେଶର କେତେକ ସ୍ଥାନରେ ପେଟ୍ରୋଲ ଦର ଲିଟର ପ୍ରତି ଶହେ ଟଙ୍କା ଟପି ଗଲାଣି। ଏମିତି ସବୁ ଅଭିଯୋଗ ଆଣି ଆଜି ଆନ୍ଦୋଳନକୁ ଓହ୍ଲାଇଛି କଂଗ୍ରେସ।

୧୩ ମାସ ଭିତରେ ପେଟ୍ରୋଲ ଦର ୨୫ ଟଙ୍କା ୭୨ ପଇସା ଓ ଡିଜେଲ ଦର ୨୩ ଟଙ୍କା ୯୩ ପଇସା ବଢ଼ିଛି l ଗତ ୫ ମାସରେ ୪୩ ଥର ତୈଳ ଦର ବଢ଼ିଛି। ଏମିତିକି ଦେଶର କେତେକ ସ୍ଥାନରେ ପେଟ୍ରୋଲ ଦର ଲିଟର ପ୍ରତି ଶହେ ଟଙ୍କା ଟପି ଗଲାଣି। ଏମିତି ସବୁ ଅଭିଯୋଗ ଆଣି ଆଜି ଆନ୍ଦୋଳନକୁ ଓହ୍ଲାଇଛି କଂଗ୍ରେସ। ଏଆଇସିସିର ଆହ୍ୱାନ କ୍ରମେ ସାରା ଦେଶରେ ବିଭିନ୍ନ ପେଟ୍ରୋଲ ପମ୍ପ ସମ୍ମୁଖରେ ଦଳୀୟ କର୍ମୀମାନେ ଧାରଣା ଦେଇଥିବା ବେଳେ ରାଜ୍ୟ କଂଗ୍ରେସ ବି ଏଥିରେ ସାମିଲ ହୋଇଛି। ଟ୍ୟାକ୍ସ ପ୍ରତ୍ୟାହାର କରି ତୈଳ ଦର କମ୍ କରିବାକୁ ଦଳ ଦାବି କରିଛି।
ଦଳ ଅଭିଯୋଗ କରିଛି ଯେ, କରୋନା ମାଡ଼ରେ ଲୋକଙ୍କ ଜୀବନହାନୀ ହେଉଥିବା ବେଳେ ଲକ୍ଡାଉନ୍ ଓ ଶଟ୍ଡାଉନ୍ ଯୋଗୁ ଲୋକଙ୍କ ଆର୍ଥିକ ମେରୁଦଣ୍ଡ ଦୋହଲିଗଲାଣି l ଏପରି ସମୟରେ ଲୋକଙ୍କ ଆର୍ଥିକ ସ୍ଥିତିକୁ ମଜଭୁତ କରିବା ବଦଳରେ ବେଡି ଉପରେ କୋରଡ଼ା ମାଡ଼ କରି ଚାଲିଛନ୍ତି କେନ୍ଦ୍ର ସରକାର l ଲଗାତର ଭାବେ ପେଟ୍ରୋଲ ଡିଜେଲ ଦାମ୍ ବୃଦ୍ଧି ଯୋଗୁ ଅନ୍ୟ ସାମଗ୍ରୀର ଦରଦାମ ଵି ଆକାଶଛୁଆଁ ହେଲାଣି l