ମନି ପ୍ଲାଣ୍ଟ ଲଗାଇବାର ନିୟମ: ଜାଣନ୍ତୁ କ’ଣ କହିଥାଏ ବାସ୍ତୁ
ଜନସାଧାରଣଙ୍କ ମଧ୍ୟରେ ଏପରି ଏକ ବିଶ୍ୱାସ ଅଛି ଯେ ଘରେ ମନି ପ୍ଲାଣ୍ଟ ଲଗାଇବା ଦ୍ୱାରା ସୁଖ ଏବଂ ସମୃଦ୍ଧି ବୃଦ୍ଧି ହେବା ସହିତ ଧନର ଆଗମନ ହୋଇଥାଏ । ଏହି କାରଣରୁ, ଲୋକମାନେ ଏହି ଉଦ୍ଭିଦକୁ ନିଜ ଘରେ ଲଗାଇଥାନ୍ତି
ବାସ୍ତୁ ଶାସ୍ତ୍ର ଅନୁଯାୟୀ, ଯଦି ଘରେ ମନି ପ୍ଲାଣ୍ଟକୁ ସଠିକ୍ ଦିଗରେ ଲଗାନଯାଏ, ତେବେ ଆର୍ଥିକ ସମସ୍ୟା ଦେଖା ଦେଇଥାଏ ।ବାସ୍ତୁ ଶାସ୍ତ୍ର ଅନୁଯାୟୀ ଘରେ ମନି ପ୍ଲାଣ୍ଟ ଲଗାଇବା ପାଇଁ ଅଗ୍ନି କୋଣ ହେଉଛି ସବୁଠାରୁ ଉପଯୁକ୍ତ ଦିଗ । ଏହି ଦିଗରେ ମନି ପ୍ଲାଣ୍ଟ ଲଗାଇବା ଦ୍ୱାରା ସକରାତ୍ମକ ଶକ୍ତି ବଢିଥାଏ । ମନି ପ୍ଲାଣ୍ଟକୁ ଅଗ୍ନି କୋଣ ଅର୍ଥାତ୍ ଦକ୍ଷୀଣ-ପୂର୍ବ ଦିଗରେ ରଖିବାର କାରଣ ହେଉଛି, ଏହି ଦିଗର ଭଗବାନ ଗଣେଶ ଥିବାବେଳେ ଏହାର ପ୍ରତିନିଧୀ ଶୁକ୍ର ଅଟନ୍ତି ।
ଗଣେଶ ଅମଙ୍ଗଳ ବିନାଶକାରୀ ହୋଇଥିବାବେଳେ ଶୁକ୍ର ସୁଖ ଏବଂ ସମୃଦ୍ଧି ଆଣିଥାନ୍ତି । ତେଣୁ, ମନି ପ୍ଲାଣ୍ଟକୁ ଅଗ୍ନି କୋଣରେ ଲଗାଇବା ଉପଯୁକ୍ତ ବିବେଚନା କରାଯାଏ ।ମନି ପ୍ଲାଣ୍ଟକୁ କେବେବି ଉତ୍ତର-ପୂର୍ବ ଦିଗରେ ରଖିବା ଉଚିତ୍ ନୁହେଁ । ଏଥିପାଇଁ ଏହି ଦିଗଟିକୁ ସବୁଠାରୁ ନକାରାତ୍ମକ ବୋଲି ବିବେଚନା କରାଯାଏ, କାରଣ ଉତ୍ତର ଦିଗର ପ୍ରତିନିଧୀ ଦେବଗୁରୁ ବୃହସ୍ପତି ଭାବରେ ବିବେଚନା କରାଯାଏ । ଶୁକ୍ର ଏବଂ ବୃହସ୍ପତି ମଧ୍ୟରେ ଶତ୍ରୁ ସମ୍ପର୍କ ରହିଥାଏ । ତେଣୁ, ଯଦି ଶୁକ୍ର ସହିତ ଜଡିତ ଏହି ଉଦ୍ଭିଦ ଉତ୍ତର-ପୂର୍ବରେ ଲଗାଯାଏ, ତେବେ ତାହା କ୍ଷତି କରିଥାଏ । ଆପଣ ଏହି ଦିଗରେ ତୁଳସୀ ଗଛ ଲଗାଇପାରିବେ ।କୁହାଯାଏ ଯେ ଭୂମିରେ ଛୁଇଁଥିବା ମନି ପ୍ଲାଣ୍ଟ ପତ୍ର ସୁଖ ଏବଂ ସମୃଦ୍ଧିରେ ବାଧା ଦେବା ସହିତ ସଫଳତାରେ ବାଧା ସୃଷ୍ଟି କରିଥାଏ । ତେଣୁ ଏହାକୁ ସର୍ବଦା ଉପରକୁ ମଡାଇ ରଖନ୍ତୁ । ଯଦି ମନି ପ୍ଲାଣ୍ଟର ପତ୍ର ଶୁଖିବା ଆରମ୍ଭ କରେ, ତେବେ ତାହାକୁ ତୁରନ୍ତ ବାହାର କରିଦିଅନ୍ତୁ ।