Breaking PLUSଓଡ଼ିଶାମୁଖ୍ୟ ଖବର

୧ରୁ ଓଡ଼ିଶା ବିଧାନସଭା ମୌସୁମୀ ଅଧିବେଶନ

ସେପ୍ଟେମ୍ବର ପହିଲାରୁ ଓଡ଼ିଶା ବିଧାନସଭାର ମୌସୁମୀ ଅଧିବେଶନ ଆରମ୍ଭ ହେବ। ଏହା ସେପ୍ଟେମ୍ବର ୯ ତାରିଖ ଯାଏ ଚାଲିବ। ଏହି ଅଧିବେଶନରେ ମୋଟ ୮ଟି କାର୍ଯ୍ୟଦିବସ ରହିଛି। ୮ ଦିନରୁ ୭ ଦିନ ସରକାରୀ ଦିବସ ପାଇଁ ସମୟ ନିର୍ଘଣ୍ଟ ହୋଇଥିବା ବେଳେ ଗୋଟିଏ ଦିନ ଅର୍ଥାତ୍‌ ସେପ୍ଟେମ୍ବର ୩ ତାରିଖ ବେସରକାରୀ ଦିବସ ପାଇଁ ଦିନ ଧାର୍ଯ୍ୟ ହୋଇଛି

ସେପ୍ଟେମ୍ବର ପହିଲାରୁ ଓଡ଼ିଶା ବିଧାନସଭାର ମୌସୁମୀ ଅଧିବେଶନ ଆରମ୍ଭ ହେବ। ଏହା ସେପ୍ଟେମ୍ବର ୯ ତାରିଖ ଯାଏ ଚାଲିବ। ଏହି ଅଧିବେଶନରେ ମୋଟ ୮ଟି କାର୍ଯ୍ୟଦିବସ ରହିଛି। ୮ ଦିନରୁ ୭ ଦିନ ସରକାରୀ ଦିବସ ପାଇଁ ସମୟ ନିର୍ଘଣ୍ଟ ହୋଇଥିବା ବେଳେ ଗୋଟିଏ ଦିନ ଅର୍ଥାତ୍‌ ସେପ୍ଟେମ୍ବର ୩ ତାରିଖ ବେସରକାରୀ ଦିବସ ପାଇଁ ଦିନ ଧାର୍ଯ୍ୟ ହୋଇଛି। ୫ ତାରିଖ ରବିବାର ପାଇଁ ଛୁଟି ରହିବ। ଏ ନେଇ ସୋମବାର ବିଧାନସଭା ସଚିବାଳୟ ପକ୍ଷରୁ ବିଜ୍ଞପ୍ତି ପ୍ରକାଶ ପାଇଛି।
ପ୍ରକାଶିତ ବିଜ୍ଞପ୍ତି ଅନୁସାରେ, ସେପ୍ଟେମ୍ବର ୧ତାରିଖ ପୂର୍ବାହ୍ନ ୧୧ଟାରେ ବିଧାନସଭା ଅଧିବେଶନ ଆରମ୍ଭ ପାଇଁ ରାଜ୍ୟପାଳ ସମନ ଜାରି କରିଛନ୍ତି। ଚଳିତଥର ମଧ୍ୟ କୋଭିଡ୍‌ ଗାଇଡ୍‌ଲାଇନ୍‌ ମଧ୍ୟରେ ଗୃହ ପରିଚାଳିତ ହେବ। ଅଧିବେଶନ ସମୟରେ ବିଧାନସଭାକୁ ଆସୁଥିବା ସମସ୍ତ ଜନପ୍ରତିନିଧି, ସେମାନଙ୍କ ଡ୍ରାଇଭର, ବିଧାନସଭା କର୍ମଚାରୀ, ଗଣମାଧ୍ୟମ ପ୍ରତିନିଧିମାନଙ୍କର ଆର୍‌ଟି-ପିସିଆର ପରୀକ୍ଷା ବାଧ୍ୟତାମୂଳକ କରାଯିବ। ତେବେ ଏହି ସ୍ବଳ୍ପକାଳୀନ ବିଧାନସଭା ଅଧିବେଶନ କେତେ ସମୟ ବସିବ ସେ ନେଇ ଆଗାମୀ ସର୍ବଦଳୀୟ ବୈଠକରେ ନିଷ୍ପତ୍ତି ହେବ ବୋଲି ବିଧାନସଭା ସଚିବ ଦାଶରଥି ଶତପଥୀ କହିଛନ୍ତି।

Show More

Related Articles

Back to top button