Breaking PLUSଦେଶ ବିଦେଶମୁଖ୍ୟ ଖବର

ନିର୍ଦ୍ଧାରିତ ସମୟର ୨୪ ଘଣ୍ଟା ପୂର୍ବରୁ ଆଫଗାନିସ୍ତାନ ଛାଡ଼ିଲା ଆମେରିକା

ଦୀର୍ଘ ୨୦ ବର୍ଷ ପରେ ଆଫଗାନିସ୍ତାନରୁ ଆମେରିକା ସେନାର ଚୂଡ଼ାନ୍ତ ପ୍ରତ୍ୟାହାର ଅଭିଯାନ ଶେଷ ହୋଇଛି। ଗତକାଲି ବିଳମ୍ବିତ ରାତ୍ରୀରେ ଶେଷ ତିନି ସେନା ବିମାନ ଉଡ଼ାଣ ସହ ଉଦ୍ଧାର ପ୍ରକ୍ରିୟା ଶେଷ ହୋଇଛି। ୧ ଲକ୍ଷ ୨୩ ହଜାର ଜଣଙ୍କୁ ଉଦ୍ଧାର ନେଇ ପେଣ୍ଟାଗନ ପକ୍ଷରୁ ସୂଚନା ଦିଆଯାଇଛି ।

ଦୀର୍ଘ ୨୦ ବର୍ଷ ପରେ ଆଫଗାନିସ୍ତାନରୁ ଆମେରିକା ସେନାର ଚୂଡ଼ାନ୍ତ ପ୍ରତ୍ୟାହାର ଅଭିଯାନ ଶେଷ ହୋଇଛି। ଗତକାଲି ବିଳମ୍ବିତ ରାତ୍ରୀରେ ଶେଷ ତିନି ସେନା ବିମାନ ଉଡ଼ାଣ ସହ ଉଦ୍ଧାର ପ୍ରକ୍ରିୟା ଶେଷ ହୋଇଛି। ୧ ଲକ୍ଷ ୨୩ ହଜାର ଜଣଙ୍କୁ ଉଦ୍ଧାର ନେଇ ପେଣ୍ଟାଗନ ପକ୍ଷରୁ ସୂଚନା ଦିଆଯାଇଛି । ପୂର୍ବ ନିଷ୍ପତ୍ତି ଅନୁସାରେ ୨୦୨୧, ଅଗଷ୍ଟ ୩୧ ସୁଦ୍ଧା ସମ୍ପୂର୍ଣ୍ଣ ସେନା ପ୍ରତ୍ୟାହାର କରିବାକୁ ଆମେରିକା ପ୍ରତିଶ୍ରୁତି ଦେଇଥିଲା। ସେହି ଅନୁସାରେ ଆଫଗାନିସ୍ତାନରୁ ସମସ୍ତ ଆମେରିକା ସେନା ସ୍ବଦେଶ ପ୍ରତ୍ୟାବର୍ତ୍ତନ କରିଛନ୍ତି।

ଫଳରେ ଆଫଗାନିସ୍ତାନରେ ଆମେରିକାର ଦୀର୍ଘ ଦୁଇ ଦଶନ୍ଧି ଧରି ଚାଲିଥିବା ମିଶନର ପରିସମାପ୍ତି ହୋଇଛି। ଆମେରିକା ସୈନ୍ୟ ନିଜ ଶେଷ ବିମାନ ଉଡ଼ାଣ ଭରିବା ପରେ ଆଫଗାନିସ୍ତାନ କାବୁଲ ବିମାନ ବନ୍ଦରର ବାହାରେ ତାଲିବାନ ଲଢାକୁମାନେ ଆକାଶରେ ବ୍ଲାଙ୍କ ଫାୟାରିଂ କରୁଥିବାର ଦୃଶ୍ଯ ଦେଖିବାକୁ ମିଳିଛି। ଗତ ଶନିବାର ସୁଦ୍ଧା ଆଉ ୪ ହଜାର ସେନା କାବୁଲ ବିମାନ ବନ୍ଦରରେ ମୁତୟନ ଥିଲେ ବୋଲି ଆମେରିକୀୟ ପ୍ରଶାସନ ପକ୍ଷରୁ କୁହାଯାଇଥିଲା।

କାବୁଲ ବିମାନ ବନ୍ଦରର ସୁରକ୍ଷା ଦାୟିତ୍ବରେ ରହିଥିବା ଏହି ସେନା ଆଫଗାନିସ୍ତାନ ଛାଡୁଥିବା ସମସ୍ତ ବିଦେଶୀ ନାଗରିକମାନଙ୍କୁ ସୁରକ୍ଷିତ ସ୍ବଦେଶ ଫେରାଇ ନେବା ଦାୟିତ୍ବରେ ରହିଥିଲା। ରବିବାର ସୁଦ୍ଧା ଆଉ ମାତ୍ର ୧ ହଜାର ବିଦେଶୀ ନାଗରିକ ରହିଥିଲା ବେଳେ ସେମାନେ ସୋମବାର ସୁଦ୍ଧା ସ୍ବଦେଶ ପ୍ରତ୍ୟାବର୍ତ୍ତନ କରିଛନ୍ତି। ଏହାପରେ ଆଜି ସମସ୍ତ ଆମେରିକୀୟ ସେନା ନିଜ ଦେଶକୁ ଫେରିଯାଇଛନ୍ତି।

ଆମେରିକା ରାଷ୍ଟ୍ରପତି ଜୋ ବାଇଡେନ୍‌ ମଧ୍ୟ ନିଜ ପ୍ରତିଶ୍ରୁତିରେ ଅଟଳ ରହିଥିଲେ ଏବଂ ଅଗଷ୍ଟ ୩୧ ସୁଦ୍ଧା ସମସ୍ତ ଆମେରିକୀୟ ସେନା ଆଫଗାନିସ୍ତାନ ଛାଡ଼ିବେ ବୋଲି ଗଣମାଧ୍ୟମକୁ ସୂଚନା ଦେଇ କହିଥିଲେ। ଅନ୍ୟପକ୍ଷରେ ଆମେରିକା ସେନା କାବୁଲ ବିମାନ ବନ୍ଦର ଛାଡିଥିବାରୁ ଏହାର ପରିସର ପୁରା ଖାଁ ଖାଁ ହୋଇପଡ଼ିଛି। ବିମାନ ବନ୍ଦରକୁ ସଂଯୋଗ କରୁଥିବା ସମସ୍ତ ରାସ୍ତା ଏକପ୍ରକାର ମରୁଭୂମି ପାଲଟିଛି ବୋଲି ଉପଗ୍ରହ ସୂତ୍ରରୁ ମିଳିଥିବା ଫଟୋଚିତ୍ରରୁ ଦେଖିବାକୁ ମିଳିଛି। ତାଲିବାନ ଭୟରେ ଦେଶ ଛାଡିବାକୁ କିଛି ଦିନ ତଳେ ଏଠି ଏକାଠି ହୋଇଥିବା ହଜାର ହଜାର ଲୋକଙ୍କ ଆଉ ଭିଡ ନାହିଁ।

Show More

Related Articles

Back to top button