Breaking PLUSବଲିଉଡ
ଆର୍ୟନଙ୍କୁ ମିଳିଲାନି ବେଲ୍

ଆର୍ୟନ ଖାନଙ୍କୁ ମିଳିଲାନି ବେଲ୍ । ଶେଷରେ ଜେଲ୍ ଗଲେ ବଲିଉଡର ବାଦଶାହ ଶାହାରୁଖ ଖାନଙ୍କ ପୁଅ ଆର୍ୟନ ଖାନ । ମୁମ୍ବାଇର ଜିଲ୍ଲା କୋର୍ଟରେ ଜାମିନ୍ ଆବେଦନ ନେଇ ଶୁଣାଣି ପରେ ଏହି ନିଷ୍ପତ୍ତି ହୋଇଛି । ମୁମ୍ବାଇର ଆର୍ଥର ରୋଡ ଜେଲ୍ ଯାଇଛନ୍ତି ଆର୍ଯ୍ୟନ୍ ଖାନ୍ । ହସ୍ପିଟାଲରେ ଆର୍ଯ୍ୟନ୍ଙ୍କ କୋଭିଡ଼ ଟେଷ୍ଟ ଓ ସ୍ୱାସ୍ଥ୍ୟ ପରୀକ୍ଷା ହୋଇଛି ।
ପରେ ଏନ୍ସିବି ହେପାଜତରୁ ବିଚାର ବିଭାଗୀୟ ହାଜତ ଯାଇଛନ୍ତି ଆର୍ୟନ । ଆର୍ୟନ ଖାନ୍ ଗତ ୭ ଦିନ ଧରି ଏନସିବି ହେପାଜତରେ ଅଛନ୍ତି । ମୁମ୍ବାଇରୁ ଗୋଆ ଯିବାକୁ ଥିବା ଏକ କ୍ରୁଜ୍ ଜାହାଜରେ ଚାଲୁଥିବା ଡ୍ରଗ୍ ପାର୍ଟିର ସାମିଲ ଥିବାରୁ ତାଙ୍କୁ ନାର୍କୋଟିକ୍ସ କଣ୍ଟ୍ରୋଲ୍ ବ୍ୟୁରୋ ଗିରଫ କରିଥିଲା । ଅକ୍ଟୋବର ୨ ଶନିବାର ଦିନ ତାଙ୍କୁ ଏନସିବି ଗିରଫ କରିଥିଲା । ତେବେ ଆର୍ୟନ ଖାନଙ୍କ ପାଖରୁ କୌଣସି ଡ୍ରଗ୍ସ ଜବତ କରାଯାଇ ନାହିଁ ବୋଲି କୁହାଯାଇଥିଲା ।