ମହାଲିଙ୍ଗ କଲେଜର ଅଧ୍ୟକ୍ଷା ମମିତା ମେହେରଙ୍କୁ ନିର୍ମମ ହତ୍ୟା କରିବା ପରେ ପ୍ରମାଣ ନଷ୍ଟ ପାଇଁ ଉଦ୍ୟମ କରିବା ଘଟଣାରେ ବର୍ତମାନ ଗୃହମନ୍ତ୍ରୀ ଦିବ୍ୟଶଙ୍କର ମିଶ୍ରଙ୍କ ସଂପୃକ୍ତି ରହିଥିବା ଅଭିଯୋଗ ହେଉଛି । ଏହାକୁ ନେଇ ଏବେ ତାଙ୍କର ଇସ୍ତଫା ଦାବି ରାଜ୍ୟରେ ଜୋର୍ ଧରିଛି । ଫଳରେ ଏବେବି ଏହି ସବୁ ଘଟଣାରେ ଦୋଷୀ ଧରା ପଡିନାହାନ୍ତି । ଏହାର ପ୍ରତିବାଦରେ ଆସନ୍ତା ୬ ତାରିଖ ଦିନ ଗଜପତି ଜିଲ୍ଲା ବିଜେପି ୧୨ ଘଣ୍ଟିଆ ଜିଲ୍ଲା ବନ୍ଦ ଡାକରା ଦେଇଛି । ଜିଲ୍ଲା ବିଜେପି କାର୍ଯ୍ୟାଳୟ ପରିସରରେ ଆୟୋଜିତ ସାମ୍ବାଦିକ ସମ୍ମିଳନୀରେ ଜିଲ୍ଲା ବିଜେପି ସଭାପତି ତଥା ପାରଳାଖେମୁଣ୍ଡି ବିଧାୟକ କେ.ନାରାୟଣ ରାଓ ଏହି ସୂଚନା ଦେଇଛନ୍ତି । ଏହି ଦିନ ସମସ୍ତେ ଏଥିରେ ସହାୟତା କରିବାକୁ ମଧ୍ୟ ନିବେଦନ କରିଛନ୍ତି । ଏହି ବନ୍ଦ ସଂପୂର୍ଣ୍ଣ ଶାନ୍ତିପୂର୍ଣ୍ଣ ଭାବେ ହେବ ବୋଲି ସେ କହିଛନ୍ତି । ଏହି ସାମ୍ବାଦିକ ସମ୍ମିଳନୀରେ ଅନ୍ୟମାନଙ୍କ ମଧ୍ୟରେ ବିଜେପି ନେତା ନୃସିଂହ ଚରଣ ପଟ୍ଟନାୟକ ଏବଂ ବିଭୂତି ଭୂଷଣ ବେହେରା ମଧ୍ୟ ଉପସ୍ଥିତ ଥିଲେ ।
Related Articles
Check Also
Close
-
ବୁଧବାର ଯାଏ ସଂସଦ ମୁଲତବୀ13 mins ago