ମହାରାଷ୍ଟ୍ରର ଅହମଦନଗରରେ ଭୟାବହ ଅଗ୍ନିକାଣ୍ଡ । ସେଠାରେ ଥିବା ସିଭିଲ ହସ୍ପିଟାଲରେ ନିଆଁ ଲାଗି ୧୦ କରୋନା ରୋଗୀଙ୍କ ମୃତ୍ୟୁ । ଏହି ନିଆଁ ସିଭିଲ ହସ୍ପିଟାଲର କରୋନା ୱାର୍ଡରେ ଲାଗିଥିଲା । ଅହମଦନଗରର ଜିଲ୍ଲାପାଳ ରାଜେନ୍ଦ୍ର ଭୋସଲେ ଏହି ଘଟଣା ସମ୍ପର୍କରେ ସୂଚନା ଦେଇଛନ୍ତି ।
ଅତ୍ୟନ୍ତ ଦୁଃଖର ବିଷୟ ଅଗ୍ନିକାଣ୍ଡରେ ହସ୍ପିଟାଲରେ ଚିକିତ୍ସାଧୀନ ଥିବା ୧୦ଜଣ କରୋନା ରୋଗୀ ପୋଡ଼ି ହୋଇଯିବାରୁ ତାଙ୍କର ମୃତ୍ୟୁ ହୋଇଯାଇଥିବା ବେଳେ ଅନ୍ୟ ୬ଜଣ ଗୁରୁତର ଅଛନ୍ତି । ସେମାନଙ୍କ ଚିକିତ୍ସାି ଜାରି ରହିଛି । ମୁଖ୍ୟମନ୍ତ୍ରୀ ଉଦ୍ଧବ ଠାକରେ ଅଗ୍ନିକାଣ୍ଡର ଯାଞ୍ଚ ଆଦେଶ ଦେଇଛନ୍ତି ।
Maharashtra | A total of 10 people died in a fire incident at Ahmednagar District Hospital, said District Collector Rajendra Bhosale pic.twitter.com/zrUnAMKNMj
— ANI (@ANI) November 6, 2021
ନିଆଁ ଲାଗିବାର ଦୃଶ୍ୟ ଅତି ଭୟଙ୍କର ଥିଲା । ରୋଗୀ ବେଡରେ ଥିବାରୁ ସେମାନେ ନିଆଁ ଲାଗିଥିବା ଜାଣିବି ନିଜ ଜୀବନ ବଞ୍ଚାଇ ପାରି ନଥିଲେ । ନିଆଁ ଲାଗିବା ଖବର ପାଇ ଅଗ୍ନିଶମ ବିଭାଗ କର୍ମଚାରୀ ତୁରନ୍ତ ଘଟଣାସ୍ଥଳରେ ପହଞ୍ଚି ନିଆଁକୁ ଆୟତ୍ତ କରିବାକୁ ଚେଷ୍ଟା କରିଥିଲେ। କରୋନା ୱାର୍ଡର ବିଛଣା, ଔଷଧ, ମେଡିକାଲ ସାମଗ୍ରୀ ସବୁ ଜଳି ପାଉଁଶ ହୋଇଯାଇଛି । ସମସ୍ତ କାନ୍ଥ ନିଆଁରେ ଜଳି କଳା ପଡ଼ିଯାଇଛି ।ରିପୋର୍ଟରୁ ପ୍ରକାଶ ଯେ, ଏସିରେ ସର୍ଟ ସର୍କିଟ ହେତୁ ଏହି ନିଆଁ ଲାଗିଥିବା କୁହାଯାଉଛି । କରୋନା ୱାର୍ଡରେ ୨୫ଜଣ ଭର୍ତ୍ତି ଥିଲେ । ଏଥିମଧ୍ୟରୁ ୧୦ଜଣଙ୍କ ମୃତ୍ୟୁ ହୋଇଯାଇଥିବା ବେଳେ ୬ଜଣ ଗୁରୁତର ଅଛନ୍ତି ।