Breaking PLUSଓଡ଼ିଶାମୁଖ୍ୟ ଖବର

ଆଜି ଓଡ଼ିଶା ଆସୁଛନ୍ତି ମହାମହିମ ରାଷ୍ଟ୍ରପତି

ଭୁବନେଶ୍ୱର, 20 ଏପ୍ରିଲ- ଆଜି ଓଡ଼ିଶା ଆସୁଛନ୍ତି ମହାମହିମ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ । ରାଉରକେଲା ପୋଲିସ ପ୍ରଶାସନ ପକ୍ଷରୁ କଡ଼ା ସୁରକ୍ଷା ବ୍ୟବସ୍ଥା ଗ୍ରହଣ କରାଯାଇଛି। କାର୍ଯ୍ୟକ୍ରମକୁ ଶାନ୍ତିଶୃଙ୍ଖଳା ସହ ସମାପନ କରିବା ପାଇଁ ପୋଲିସ ପ୍ରଶାସନ ପକ୍ଷରୁ ୪୫ ପ୍ଲାଟୁନ ଫୋର୍ସ ମୁତୟନ କରାଯିବ ବୋଲି ପଶ୍ଚିମାଞ୍ଚଳ ଡିଆଇଜି ସୂଚନା ଦେଇଛନ୍ତି।

ରାଷ୍ଟ୍ରପତିଙ୍କ ଗସ୍ତ ପାଇଁ ଝାରସୁଗୁଡାରେ ନୋ ଫ୍ଲାଇଙ୍ଗ ଜୋନ। ୨୧ ତାରିଖରେ ରାଷ୍ଟ୍ରପତିଙ୍କ ଗସ୍ତ ପାଇଁ ସମଗ୍ର ଜିଲ୍ଳାରେ ନୋ ଫ୍ଲାଇଙ୍ଗ ଜୋନ କରାଯାଇଛି। ରାଷ୍ଟ୍ରପତିଙ୍କ ଗସ୍ତ ଥିବାରୁ ସୁରକ୍ଷାଦୃଷ୍ଟିରୁ ଏଭଳି ନିଷ୍ପତ୍ତି ନିଆଯାଇଥିବା ଜଣାପଡିଛି। ସୁରକ୍ଷା ବ୍ୟବସ୍ଥାର ସମୀକ୍ଷା କରିଛନ୍ତି ଝାରସୁଗୁଡା ଏସିପି ଜି.ଆର.ରାଘବେନ୍ଦ୍ର ।

ରାଷ୍ଟ୍ରପତିଙ୍କ ଗସ୍ତକୁ ସଫଳ କରିବା ପାଇଁ ୬ ଜଣ ଏସ୍‌ପିଙ୍କୁ ଦାୟିତ୍ୱ ପ୍ରଦାନ କରାଯାଇଥିବା ବେଳେ ୫୧ଜଣ ଇନ୍ସପେକ୍ଟର ନିୟୋଜିତ ହେବେ। ଏଥିସହ ୯ଜଣ ଅତିରିକ୍ତ ଏସ୍‌ପି, ୮ଶହ ହୋମଗାର୍ଡ ଏବଂ ୨ଶହରୁ ଊର୍ଦ୍ଧ୍ୱ ବିଭିନ୍ନ ପୋଲିସ କର୍ମଚାରୀ ଉପସ୍ଥିତ ରହିବେ। ପୋଲିସ ପ୍ରଶାସନ ପକ୍ଷରୁ ଟ୍ରାଫିକ ବ୍ୟବସ୍ଥା କଡାକଡି ସାଙ୍ଗକୁ ପାର୍କିଂ ବ୍ୟବସ୍ଥା ସୂଚାର ରୂପେ ପରିଚାଳନା ପାଇଁ ଡିଆଇଜି ନିର୍ଦ୍ଦେଶ ଦେଇଛନ୍ତି।

Show More

Related Articles

Back to top button