ଦେଶ ବିଦେଶବାଣିଜ୍ୟ

ଖସିଲା ସୁନା-ରୁପା ଦାମ

୧୦ ଗ୍ରାମକୁ ୩୬ ହଜାର ୮୯ ଟଙ୍କା

ବିବାହ ଋତୁରେ ସୁନା-ରୁପା ଗହଣା କିଣୁଥିବା ଲୋକଙ୍କ ପାଇଁ ଖୁସିଖବର ରହିଛି। ସୋମବାର ସୁନା-ରୁପା ଦାମ ହ୍ରାସ ପାଇଛି। କରୋନାର ନୂଆ ଭାରିଏଣ୍ଟ ଓମିକ୍ରନ ବିପଦ ମଧ୍ୟରେ ଦେଶରେ ସୁନା-ରୁପା ଦାମ ଖସିଛି।

୨୪ କ୍ୟାରେଟ ସୁନା ସର୍ବାଧିକ ଦାମ ୫୬୧୨୬ ଟଙ୍କାରୁ ୮୧୩୬ ଟଙ୍କା ଶସ୍ତା ହୋଇଛି। ରୁପା ଗତ ବର୍ଷ କିଲୋ ପ୍ରତି ସର୍ବାଧିକ ୭୬୦୦୪ ଟଙ୍କା ଥିଲା ଯାହା ଏବେ ୧୨୯୧୩ ଟଙ୍କା ଶସ୍ତା ହୋଇଛି। ସୋମବାର ଦିନ ୨୪ କ୍ୟାରେଟ ସୁନା ୩୪୮ ଟଙ୍କା ଶସ୍ତା ହୋଇ ୪୮ ହଜାର ୧୧୮ ଟଙ୍କା ହୋଇଛି। ୨୨ କ୍ୟାରେଟ ସୁନା ଦାମ ୧୦ ଗ୍ରାମକୁ ୪୪ ହଜାର ୭୬ ଟଙ୍କା ହୋଇଛି।

୧୮ କ୍ୟାରେଟ ସୁନା ଦାମ ୩୬୦୮୯ ଟଙ୍କା ହୋଇଛି। ୧୪ କ୍ୟାରେଟ ସୁନା ଦାମ ୧୦ ଗ୍ରାମକୁ ୨୮୧୪୯ ଟଙ୍କା ହୋଇଛି। ଏଥିରେ ୩% ଜିଏସଟି ଓ ମେକିଙ୍ଗ ଚାର୍ଜ ଅଲଗା। ରୁପା ଦାମ କିଲୋ ପ୍ରତି ୫୧୭ ଟଙ୍କା ଶସ୍ତା ହୋଇ ୬୩୦୯୫ ଟଙ୍କା ହୋଇଛି।

IBJA ଦ୍ୱାରା ଜାରି ଦାମ ସାରା ଦେଶରେ ମାନ୍ୟ। ଏହି ୱେବସାଇଟରେ ଦିଆଯାଇଥିବା ଦାମରେ ଜିଏସଟି ସାମିଲ କରାଯାଇ ନାହିଁ। ସୁନା କିଣିବା ଓ ବିକିବା ସମୟରେ ଆପଣ IBJA ଦାମ ଦେଖି କାରବାର କରିବା ଉଚିତ। ଇଣ୍ଡିଆ ବୁଲିୟନ ଆଣ୍ଡ ଜ୍ୱେଲର୍ସ ଆସୋସିଏସନ ଅନୁଯାୟୀ IBJA ଦେଶର ୧୪ ସେଣ୍ଟରରେ ବର୍ତ୍ତମାନର ସୁନା ଏବଂ ରୂପା ହାରକୁ ଗ୍ରହଣ କରିବା ଏହାର ହାରାହାରି ମୂଲ୍ୟ ଦିଆଯାଇଥାଏ। ସୁନା ରୁପା ଦାମ ବିଭିନ୍ନ ଜାଗାରେ ଭିନ୍ନ ଭିନ୍ନ ହୋଇପାରେ। ଦାମରେ ଟିକିଏ ଅନ୍ତର ଥାଏ।

Show More

Related Articles

Back to top button