Breaking PLUSଦେଶଦେଶ ବିଦେଶମୁଖ୍ୟ ଖବରରାଜନୀତି

ଆବ୍ରାହାମ ଆକର୍ଡରେ ସ୍ବାକ୍ଷର ପାଇଁ ମନା କଲା ପାକିସ୍ତାନ

ଆମେରିକା ରାଷ୍ଟ୍ରପତି ଟ୍ରମ୍ପ୍‌ ଦେଇଥିବା ପ୍ରସ୍ତାବକୁ ପ୍ରତ୍ୟାଖ୍ୟାନ କଲା

ଇସଲମାବାଦ, 26 ମେ- ଟ୍ରମ୍ପ ପାଞ୍ଚଟି ଦେଶକୁ ଆବ୍ରାହାମ ଚୁକ୍ତିରେ ସ୍ବାକ୍ଷର କରିବାକୁ ଦାବି କରିଛନ୍ତି। ଏଥିରେ ପାକିସ୍ତାନ ମଧ୍ୟ ସାମିଲ ଅଛି। ଏହି ଦାବି ଦେଖି ପାକିସ୍ତାନ ପ୍ରତିରକ୍ଷା ମନ୍ତ୍ରୀ ଖ୍ବାଜା ଆସିଫ ରାଗିଯାଇଛନ୍ତି। ସେ ଏହି ପ୍ରସଙ୍ଗରେ ଆମେରିକାକୁ ସ୍ପଷ୍ଟ ଜବାବ ଦେଇ କହିଛନ୍ତି, ଇସ୍ରାଏଲ ସହିତ ସମ୍ପର୍କ ସ୍ବାଭାବିକ କରିବା ପାଇଁ ଇସଲାମାବାଦ ଆବ୍ରାହାମ ଚୁକ୍ତିରେ ଯୋଗଦେବା ସପକ୍ଷରେ ନୁହେଁ।

ଟ୍ରମ୍ପ ଦୃଢ଼ ଭାବରେ କହିଥିଲେ ଯେ, ଇରାନ ସହିତ ବର୍ତ୍ତମାନ ଆଲୋଚନା କରୁଥିବା ମୁସଲିମ ରାଷ୍ଟ୍ରଗୁଡ଼ିକ ଆବ୍ରାହାମ ଚୁକ୍ତିରେ ସ୍ବାକ୍ଷର କରିବା ଉଚିତ। ୟୁଏଇ ଏବଂ ବାହାରିନ ପୂର୍ବରୁ ଏହି ଚୁକ୍ତିରେ ସ୍ବାକ୍ଷର କରିଛନ୍ତି। ସାଉଦି ଆରବ, କତାର, ପାକିସ୍ତାନ, ତୁର୍କୀ, ମିଶର ଏବଂ ଜୋର୍ଡାନ ମଧ୍ୟ ଏଥିରେ ସ୍ବାକ୍ଷର କରିବେ ବୋଲି ଆଶା କରାଯାଉଛି।

ଏହା ଉଲ୍ଲେଖନୀୟ ଯେ, ଏହି ଚୁକ୍ତି ଇସ୍ରାଏଲ ଏବଂ ଆରବ ରାଷ୍ଟ୍ରଗୁଡ଼ିକ ମଧ୍ୟରେ କୂଟନୈତିକ, ଆର୍ଥିକ ଏବଂ ସୁରକ୍ଷା ସମ୍ପର୍କ ସ୍ଥାପନ କରିବା ଲକ୍ଷ୍ୟ ରଖିଛି।
ଏକ ସାକ୍ଷାତକାରରେ ପାକିସ୍ତାନ ପ୍ରତିରକ୍ଷା ମନ୍ତ୍ରୀ କହିଛନ୍ତି, ବ୍ୟକ୍ତିଗତ ଭାବରେ ମୁଁ ବିଶ୍ୱାସ କରେ ନାହିଁ ଯେ, ଆମର ମୂଳ ଚିନ୍ତାଧାରାର ବିରୋଧୀ କୌଣସି ଚୁକ୍ତିରେ ଆମେ ଯୋଗ ଦେବା ଉଚିତ।

Show More

Related Articles

Back to top button