ଦେଶରେ ଦିନକରେ ୬,୯୮୭ କରୋନା ଆକ୍ରାନ୍ତ ଚିହ୍ନଟ
'ଓମିକ୍ରନ୍' ସଂଖ୍ୟା ୪୨୨ରେ ପହଞ୍ଚିଛି
ଦେଶରେ ଆଜି କରୋନା ସଂକ୍ରମିତ ସଂଖ୍ୟା ୭ ହଜାରରୁ ସାମାନ୍ୟ କମ୍ ଥିବାବେଳେ ମୃତ୍ୟୁସଂଖ୍ୟା ୨ଶହରୁ ଯଥେଷ୍ଟ କମ୍ ରହିଛି । କେନ୍ଦ୍ର ସ୍ୱାସ୍ଥ୍ୟ ମନ୍ତ୍ରାଳୟ ତଥ୍ୟ ଅନୁସାରେ, ସମଗ୍ର ଦେଶରେ ୨୪ ଘଣ୍ଟା ମଧ୍ୟରେ ୬,୯୮୭ କରୋନା ଭାଇରସ୍ ଜନିତ ନୂତନ ସଂକ୍ରମଣ ଓ ୧୬୨ ମୃତ୍ୟୁ ରେକର୍ଡ କରାଯାଇଛି ।
୨୪ ଘଣ୍ଟାରେ ଚିହ୍ନଟ ହୋଇଥିବା ନୂତନ ଆକ୍ରାନ୍ତଙ୍କୁ ମିଶାଇ ଦେଶରେ ସମୁଦାୟ ସଂକ୍ରମିତଙ୍କ ସଂଖ୍ୟା ୩,୪୭,୮୬,୮୦୨ରେ ପହଞ୍ଚିଛି ।
ଗତ ୨୪ ଘଣ୍ଟାରେ ହୋଇଥିବା ୧୬୨ ମୃତ୍ୟୁକୁ ମିଶାଇ ଭାରତରେ ସମୁଦାୟ କୋଭିଡ୍-୧୯ ଜନିତ ମୃତ୍ୟୁସଂଖ୍ୟା ୪,୭୯,୬୮୨ରେ ପହଞ୍ଚିଛି । ଗତ ୨୪ ଘଣ୍ଟାରେ କୋଭିଡ୍-୧୯ ସଂକ୍ରମଣରୁ ସୁସ୍ଥ ହୋଇଥିବା ୭,୦୯୧ଜଣ ଆକ୍ରାନ୍ତଙ୍କୁ ମିଶାଇ ସମ୍ପ୍ରତି ଦେଶରେ ସମୁଦାୟ ସୁସ୍ଥତା ସଂଖ୍ୟା ହେଉଛି ୩,୪୨,୩୦,୩୫୪ । ଏହାଛଡ଼ା, ଏବେ ଦେଶରେ ସକ୍ରିୟ ଆକ୍ରାନ୍ତଙ୍କ ସଂଖ୍ୟା ହେଉଛି ୭୬,୭୬୬ ।
ସେହିପରି ଦେଶରେ ସମୁଦାୟ ‘ଓମିକ୍ରନ୍’ ସଂକ୍ରମଣ ସଂଖ୍ୟା ମଧ୍ୟ ୪୨୨ରେ ପହଞ୍ଚିଛି । ସ୍ୱାସ୍ଥ୍ୟ ମନ୍ତ୍ରାଳୟ ତଥ୍ୟ ଅନୁସାରେ, ଗତକାଲି ସନ୍ଧ୍ୟା ୬ଟା ସୁଦ୍ଧା ସମୁଦାୟ ୧,୪୧,୩୭,୭୨,୪୨୫ ହିତାଧିକାରୀଙ୍କୁ ଟିକା ଦିଆଯାଇଛି । ‘ଆଇସିଏମ୍ଆର୍’ ରିପୋର୍ଟ ଅନୁସାରେ, କୋଭିଡ୍-୧୯ ନିଦାନ ଲାଗି ଗତକାଲି ସୁଦ୍ଧା ସମୁଦାୟ ୬୭,୧୯,୯୭,୦୮୨ଟି ନମୁନା ପରୀକ୍ଷା କରାଯାଇଛି । ଗତକାଲି ପରୀକ୍ଷା କରାଯାଇଛି ୯,୪୫,୪୫୫ଟି ନମୁନା ।