Breaking PLUSଓଡ଼ିଶାଦେଶଦେଶ ବିଦେଶମୁଖ୍ୟ ଖବର

ରୁଷର ଗୁଳିମାଡରେ ବଳିପଡିଯାଉଛନ୍ତି ସାଧାରଣ ନାଗରିକ

 ରୁଷ ୟୁକ୍ରେନ୍‌ ଉପରକୁ ଘନ ଘନ ରକେଟ୍‌ ମାଡ କରୁଛି ।

ରୁଷ ୟୁକ୍ରେନ୍‌ ଉପରକୁ ଘନ ଘନ ରକେଟ୍‌ ମାଡ କରୁଛି । ୟୁକ୍ରେନ୍ ଓ ରୁଷରେ ଯୁଦ୍ଧ ସ୍ଥିତି ଭୟଙ୍କର ହେବାରେ ଲାଗିଛି ।ଉଭୟ ପଟରୁ ଜୋରସୋର ଗୁଳି ମାଡ ହେଉଛି । ଉଭୟ ଦେଶର ଯୁଦ୍ଧରେ ସାଧାରଣ ଲୋକଙ୍କ ଜୀବନ ବାଜି ଲାଗିଛି। ପେଶି ହେଇଯାଉଛନ୍ତି  ସାଧାରଣ ଜନତା । କେତେବେଳେ କିଏ କେଉଁ ବୋମା ମାଡ ବା ଗୁଳିମାଡର ଶିକାର ହୋଇଯିବ ତାହା କାହାକୁ ଜଣାନାହିଁ। ପ୍ରତି ମୁହୁର୍ତ୍ତରେ ସେଠି ଡରି ଡରି ଭୟରେ ଜୀବନ କାଟୁଛନ୍ତି ଲୋକମାନେ । ଏହାରି ମଧ୍ୟରେ ବି ୟୁକ୍ରେନ ଡରି ନ ଯାଇ ଆକ୍ରମଣ କରୁଛି ।  ଏହି ରକେଟ୍‌ ମାଡରେ ୟୁକ୍ରେନର ଜଣେ ୭ ବର୍ଷର ଶିଶୁ ଟଳି ପଡିଛି । ଏଥିସହ ଆଉ ୫ ଜଣ ସାଧାରଣ ନାଗରିକଙ୍କର ମଧ୍ୟ ମୃତ୍ୟୁ ହୋଇଥିବା ସୂଚନା ମିଳିଛି। ରୁଷ ଆକ୍ରମଣରେ ୟୁକ୍ରେନର ଅବସ୍ଥା ବେଶ୍‌ ଭୟାବହ ହୋଇପଡିଛି। ୟୁକ୍ରେନ୍‌ ସହ ଆଲୋଚନା କରିବାକୁ ରୁଷ ସିଧାସଳଖ ମନା କରିଦେଇଛି। ରୁଷ ୟୁକ୍ରେନ୍‌ ଉପରେ ଚାରିଆଡୁ ଆକ୍ରମଣ କରିବାରୁ। ସେପଟେ ରୁଷର ଆକ୍ରମଣକୁ ଦେଖି ୟୁକ୍ରେନ୍‌ ରାଷ୍ଟ୍ରପତି ଜେଲନସ୍କି ଆମେରିକାକୁ ସାହାର୍ଯ୍ୟ ଲୋଡିଛି ।

Show More

Related Articles

Back to top button