Breaking PLUSଦେଶ ବିଦେଶମୁଖ୍ୟ ଖବର
		
	
	
ଗୁଜରାଟର ରାଜକୋଟରେ ଭୂକମ୍ପ ଝଟକା ଅନୁଭୂତ
ମଙ୍ଗଳବାର ଅପରାହ୍ନରେ ଗୁଜରାଟର ରାଜକୋଟ ସହରରେ ଭୂକମ୍ପ ଝଟକା ଅନୁଭୂତ ହୋଇଛି


ଇନଷ୍ଟିଚ୍ୟୁଟ୍ ଅଫ୍ ସେସମୋଲୋଜିକାଲ୍ ରିସର୍ଚ୍ଚ (ଆଇଏସ୍ଆର୍) ଅନୁଯାୟୀ ରିକ୍ଟର ସ୍କେଲରେ ଭୂକମ୍ପର ତୀବ୍ରତା ୪.୧ ରେକ୍ଟର୍ଡ କରାଯାଇଛି। ଦିନ ପ୍ରାୟ ୩ଟା ୪୯ ମିନିଟରେ ଭୂକମ୍ପ ହୋଇଥିବା ଆଇଏସ୍ଆର୍ ପକ୍ଷରୁ ସୂଚନା ମିଳିଛି।ଭୂକମ୍ପର କେନ୍ଦ୍ରସ୍ଥଳ ରାଜକୋଟ ଜିଲ୍ଲାର ପୂର୍ବ-ଉତ୍ତର ପୂର୍ବରେ ୧୪.୫ କିମି ଗଭୀରରେ ଥିଲା। ଭୂକମ୍ପ ଯୋଗୁଁ କୌଣସି ଧନ ଜୀବନ ନଷ୍ଟ ହୋଇଥିବା ସୂଚନା ମିଳିନାହିଁ । ଭୂକମ୍ପ ପରେ ଲୋକମାନେ ଭୟଭୀତ ହୋଇ ଘରୁ ବାହାରକୁ ଆସିଥିଲେ। ଭୂକମ୍ପ ଯୋଗୁଁ କେତେକ ଘରେ ଫାଟ ସୃଷ୍ଟି ହୋଇଥିବା ଦେଖିବାକୁ ମିଳିଛି।
 
				 
					


