Breaking PLUSଦୁର୍ଘଟଣାଦେଶ ବିଦେଶମୁଖ୍ୟ ଖବର

କାନାଡାରେ ଫ୍ଲାଇଟ୍‌ ଟ୍ରେନିଂ ବେଳେ ଦୁର୍ଘଟଣା, ୨ ଭାରତୀୟ ଛାତ୍ର ମୃତ

କାନାଡାରେ ଫ୍ଲାଇଟ୍‌ ଟ୍ରେନିଂ ବେଳେ ଘଟିଛି ମର୍ମନ୍ତୁଦ ବିମାନ ଦୁର୍ଘଟଣା। ଏଥିରେ ୨ ଭାରତୀୟ ଛାତ୍ରଙ୍କ ଜୀବନ ଯାଇଛି। ମୃତକମାନେ ତାମିଲନାଡୁର ମନୋଜ ଶିବକୁମାର ଏବଂ ପୁଡୁଚେରୀର ଶ୍ରୀସରଣ ଥିରୁଗ୍ନାନାସମ୍ବନ୍ଧମ୍‌ ବୋଲି ଜଣାପଡ଼ିଛି।

ଘଟଣାକୁ ନେଇ ବାନ୍କୁଭରସ୍ଥିତ ଭାରତୀୟ ମହାବାଣିଜ୍ୟ ଦୂତାବାସ ଗଭୀର ଶୋକ ପ୍ରକାଶ କରିଛି। ଶୋକସନ୍ତପ୍ତ ପରିବାର ପ୍ରତି ସମବେଦନା ଜଣାଇବା ସହ ଦୁଇ ଛାତ୍ରଙ୍କ ପାର୍ଥିବ ଶରୀର ଭାରତ ଆଣିବା ପ୍ରକ୍ରିୟାରେ ପରିବାରକୁ ସମସ୍ତ ପ୍ରକାର ସହାୟତା ଯୋଗାଇବାକୁ ଦୂତାବାସ ପ୍ରସ୍ତୁତ ଥିବା କହିଛି।

କାନାଡା ଗଣମାଧ୍ୟମର ରିପୋର୍ଟ ଅନୁଯାୟୀ, ସସ୍କାଚେୱାନ୍‌ର କିସବେ ନିକଟରେ ହାର୍ଭ୍‌ସ ଏୟାର ପକ୍ଷରୁ ପରିଚାଳିତ ଏକ ସେସ୍ନା ୧୭୨ ବିମାନ ଦୁର୍ଘଟଣାଗ୍ରସ୍ତ ହୋଇଥିଲା। ଏହି ବିମାନଟି ରେଜିନାରୁ କାର୍ଲାଇଲ୍‌ ଦେଇ ମାନିଟୋବାର ଷ୍ଟାଇନବାକ୍‌ ଅଭିମୁଖେ ରାତ୍ରିକାଳୀନ କ୍ରସ୍‌-କଣ୍ଟ୍ରି ଉଡ଼ାଣରେ ଥିଲା।

ନିର୍ଦ୍ଧାରିତ ସମୟରେ ବିମାନଟି ଗନ୍ତବ୍ୟସ୍ଥଳରେ ନପହଞ୍ଚିବାରୁ ଖୋଜାଖୋଜି ଆରମ୍ଭ ହୋଇଥିଲା। ପରେ ଉଦ୍ଧାରକାରୀ ଦଳ ଦୁର୍ଘଟଣାସ୍ଥଳ ଠାବ କରି ୨ ଜଣଙ୍କୁ ମୃତ ଅବସ୍ଥାରେ ପାଇଥିଲେ। ଦୁର୍ଘଟଣାର କାରଣ ଏଯାଏ ସ୍ପଷ୍ଟ ହୋଇନଥିବା ବେଳେ ତଦନ୍ତ ଜାରି ରହିଛି।

Show More

Related Articles

Back to top button