ନୂଆଦିଲ୍ଲୀ: ଦେଶର ପରବର୍ତ୍ତା ସ୍ଥଳସେନାର ମୁଖ୍ୟ ଲେଫ୍ଟନାଣ୍ଟ ଜେନେରାଲ ମନୋଜ ପାଣ୍ଡେ । କେନ୍ଦ୍ର ସରକାର ନୂଆ ସ୍ଥଳସେନା ମୁଖ୍ୟ ଭାବେ ନିଯୁକ୍ତ କରିଛନ୍ତି । ପ୍ରଥମ ଇଞ୍ଜିନିୟର ଭାବେ ସ୍ଥଳସେନା ମୁଖ୍ୟ ହେବେ ମନୋଜ ପାଣ୍ଡେ। ବର୍ତ୍ତମାନ ପାଣ୍ଡେ ସେନାର ଉପାଧ୍ୟକ୍ଷ ଅଟନ୍ତି । ନେରାଲ ନରଭଣେ ବର୍ତ୍ତମାନ ସ୍ଥଳସେନାର ମୁଖ୍ୟ ଥିବାବେଳେ ତାଙ୍କଠାରୁ ସମସ୍ଥ ଦାୟିତ୍ୱ ଗ୍ରହଣ କରିବେ ମନୋଜ ପାଣ୍ଡେ।
ସୂଚନା ଅନୁଯାୟୀ, ଆସନ୍ତା ଏପ୍ରିଲ ୩୦ରେ ଲେଫ୍ଟନାଣ୍ଟ ଜେନେରାଲ ମନୋଜ ପାଣ୍ଡେ ଭାରତୀୟ ସେନାଧ୍ୟକ୍ଷ ପଦ ଗ୍ରହଣ କରିବା ସହ ଶପଥ ନେବେ । ସେ ଜେନେରାଲ ଏମ.ଏମ. ନରଓ୍ଵଣେଙ୍କ ସ୍ଥାନ ନେବେ। ନେରାଲ ଏମ.ଏମ. ନରଓ୍ଵଣେ ଚଳିତ ମାସ ଶେଷ ଆଡକୁ କାର୍ଯ୍ୟରୁ ଅବସର ନେଉଛନ୍ତି।