Breaking PLUSଓଡ଼ିଶାମୁଖ୍ୟ ଖବର

କାଲିଠୁ ଘର ଘର ବୁଲି ଭୋଟର ତାଲିକା ସଂଶୋଧନ

ଭୁବନେଶ୍ୱର, 29 ମେ – ଓଡ଼ିଶାରେ ଭୋଟର ତାଲିକା ସଂଶୋଧନ ନେଇ ମୁଖ୍ୟ ନିର୍ବାଚନ ଅଧିକାରୀ ଆର୍.ଏସ. ଗୋପାଳନ ସୂଚନା ଦେଇଛନ୍ତି। କାଲିଠୁ ରାଜ୍ୟରେ ଆରମ୍ଭ ହେବ ଏସଆଇଆର ପ୍ରକ୍ରିୟା। ଜୁନ ୨୮ ଯାଏଁ ଚାଲିବ ଓ ଘର ଘର ବୁଲି ଭୋଟର ତାଲିକା ସଂଶୋଧନ ବିଏଲ୍ଓ କରିବେ ।  ବିଏଲ୍ଓଙ୍କ ଜରିଆରେ ଭୋଟର ଆଇଡିର ସଂଶୋଧନ କରିପାରିବେ ଲୋକେ। ଅଣ ଭାରତୀୟଙ୍କୁ ସିଧାସଳଖ ତାଲିକାରୁ ବାଦ୍ ଦିଆଯାଉଛି ବୋଲି କହିଛନ୍ତି ସିଇଓ।

ଏଥିପାଇଁ ୪୫ ହଜାର ୨୫୫ ବ୍ଲକ ଲେବୁଲ ଅଫିସର ନିଯୁକ୍ତି ହୋଇଛନ୍ତି। ପ୍ରତିଦିନ ସନ୍ଧ୍ୟାରେ ୩ ଟାରୁ ୫ ଟା ବୁଥରେ ଉପସ୍ଥିତ ରହିବେ ବିଏଲଓ।  ୩ କୋଟିରୁ ଅଧିକ ଭୋଟରଙ୍କ ମ୍ୟାପିଙ୍ଗ ସରିଛି।  ୧୭ ପ୍ରତିଶତ ଲଜିକାଲ ଏରର ବାହାରିଛି। ବୟସ ତ୍ରୁଟି, ନାମ ତ୍ରୁଟି ଏବଂ ବାପାଙ୍କ ନାମ ତ୍ରୁଟି ଯୋଗୁଁ ଏରର ଆସୁଛି। ପ୍ରତ୍ୟେକ ଭୋଟରଙ୍କୁ ୨ଟି ଫର୍ମ ଦିଆଯିବ । ଗୋଟିଏ ନିଜ ପାଖରେ ରଖିବେ ଆଉ ଗୋଟିଏ ଫର୍ମ ବିଏଲ୍‌ଓଙ୍କୁ ଦେବେ ।  ଡୋର ଡୋର ବୁଲିବା ବେଳେ ତାକୁ ସଂଶୋଧନ କରିବେ ବିଏଲଓ ବୋଲି ସେ ସୂଚନା ଦେଇଛନ୍ତି ।

Show More

Related Articles

Back to top button