୮୫ ବର୍ଷ ବୟସରେ ପଦ୍ମଶ୍ରୀ ବୀଣାପାଣିଙ୍କ ପରଲୋକ
ସେ ୨୦୨୦ରେ ପଦ୍ମଶ୍ରୀ ପୁରସ୍କାର ପାଇଥିଲେ।

ଆଜି ପଦ୍ମଶ୍ରୀ ବୀଣାପାଣିଙ୍କ ଦେହାନ୍ତ ହୋଇଛି । ପାଟଦେଇ, କସ୍ତୁରୀ ମୃଗ ଓ ସବୁଜ ଅରଣ୍ୟ ଭଳି ପୁସ୍ତକ ରଚନା ପାଇଁ ସେ ଖୁବ୍ ପରିଚିତ । ସେ ୨୦୨୦ରେ ପଦ୍ମଶ୍ରୀ ପୁରସ୍କାର ପାଇଥିଲେ। ପଦ୍ମଶ୍ରୀ ପୁରସ୍କାର ବ୍ୟତୀତ ସେ ସେ ଅତିବଡ଼ି ଜଗନ୍ନାଥ ଦାସ ସମ୍ମାନ, ସାହିତ୍ୟ ଏକାଡେମୀ ପୁରସ୍କାର ଓ ଶାରଳା ସମ୍ମାନରେ ମଧ୍ୟ ସେ ସମ୍ମାନିତ ହୋଇଛନ୍ତି ।ସାହିତ୍ୟିକା ବୀଣାପାଣି ମହାନ୍ତିଙ୍କ ପରଲୋକ ଖବର ପରେ ମୁଖ୍ୟମନ୍ତ୍ରୀଙ୍କ କାର୍ଯ୍ୟାଳୟ ପକ୍ଷରୁ ଚିଠି ଜାରି ହୋଇଛି ।
ବୀଣାପାଣିଙ୍କ ବିୟୋଗ ସାହିତ୍ୟ ଜଗତ ଲାଗି ଅପୁରଣୀୟ କ୍ଷତି ବୋଲି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ କହିବା ସହ ତାଙ୍କର ଶେଷକୃତ୍ୟ ସଂପୂର୍ଣ୍ଣ ରାଷ୍ଟ୍ରୀୟ ମର୍ଯ୍ୟାଦା ସହ କରାଯିବ ବୋଲି ନିର୍ଦ୍ଦେଶ ଦେଇଛନ୍ତି । ସେହିପରି ପଦ୍ମଶ୍ରୀ ବୀଣାପାଣି ମହାନ୍ତିଙ୍କ ପରଲୋକରେ ଶୋକ ପ୍ରକାଶ କରିଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି । ଓଡ଼ିଆ ସାହିତ୍ୟ ପ୍ରତି ତାଙ୍କର ଅତୁଳନୀୟ ଅବଦାନ । ତାଙ୍କ ଦ୍ୱାରା ଲିଖିତ ଅନେକ ଲେଖନୀ ଅନ୍ୟ ଭାଷାରେ ବହୁ ଆଦୃତ ହୋଇଛି । ତାଙ୍କ ଅମର ଆତ୍ମାର ସଦଗତି ସହ ତାଙ୍କ ପରିବାରକୁ ଭଗବାନ ଶକ୍ତି ଦିଅନ୍ତୁ ବୋଲି ପ୍ରଧାନମନ୍ତ୍ରୀ ନିଜର ଟ୍ୱିଟରରେ କହିଛନ୍ତି ।


