ହିନ୍ଦୁ ପରିବାରର ୪ ଜଣଙ୍କୁ ହତ୍ୟା! ବନ୍ଦ ଘରୁ ମିଳିଲା ମୃତଦେହ

ବାଂଲାଦେଶରେ ଜଣେ ହିନ୍ଦୁ ପରିବାରର ୪ ଜଣ ସଦସ୍ୟଙ୍କୁ ହତ୍ୟା ଘଟଣା ଚାଞ୍ଚଲ୍ୟ ସୃଷ୍ଟି କରିଛି। ଏକ ବନ୍ଦ ଘର ଭିତରୁ ବାପା, ମାଆ ଓ ସେମାନଙ୍କ ଦୁଇ ସନ୍ତାନଙ୍କ ମୃତଦେହ ଉଦ୍ଧାର ହୋଇଛି। ତେବେ ଏହି ହତ୍ୟାକାଣ୍ଡ ପଛରେ କାହାର ହାତ ରହିଛି ଏବଂ ହତ୍ୟାର କାରଣ କ’ଣ, ତାହା ଏପର୍ଯ୍ୟନ୍ତ ସ୍ପଷ୍ଟ ହୋଇନାହିଁ।
ସୂଚନା ଅନୁସାରେ, ଘରଟି ଦୀର୍ଘ ସମୟ ଧରି ବନ୍ଦ ରହିଥିବାରୁ ସନ୍ଦେହ ସୃଷ୍ଟି ହୋଇଥିଲା। ପରେ ଘର ଖୋଲି ଯାଞ୍ଚ କରାଯିବା ପରେ ପରିବାରର ୪ ଜଣଙ୍କ ମୃତଦେହ ଭିନ୍ନ ଭିନ୍ନ ସ୍ଥାନରୁ ମିଳିଥିଲା।
ଘରର ସିଡ଼ି ନିକଟରୁ ମାଆ ଓ ଝିଅଙ୍କ ମୃତଦେହ ମିଳିଥିବାବେଳେ ଛାତ ଉପରୁ ବାପାଙ୍କ ମୃତଦେହ ଉଦ୍ଧାର ହୋଇଥିଲା। ସେହିପରି ଖଟ ତଳୁ ନାବାଳକ ପୁଅର ମୃତଦେହ ମିଳିଥିଲା। ଏଭଳି ଭାବେ ଘରର ବିଭିନ୍ନ ସ୍ଥାନରୁ ମୃତଦେହ ମିଳିବା ଘଟଣାକୁ ଆହୁରି ରହସ୍ୟମୟ କରିଛି।
ଖବର ପାଇ ପୋଲିସ ଘଟଣାସ୍ଥଳରେ ପହଞ୍ଚି ମୃତଦେହଗୁଡ଼ିକୁ ଜବତ କରିଛି। ହତ୍ୟାର କାରଣ ଏବଂ ଅଭିଯୁକ୍ତଙ୍କ ସମ୍ପର୍କରେ ଜାଣିବା ପାଇଁ ପୋଲିସ ବିଭିନ୍ନ ଦିଗରୁ ତଦନ୍ତ ଆରମ୍ଭ କରିଛି। ପରିବାରର ୪ ଜଣଙ୍କୁ କିଏ ହତ୍ୟା କଲା ଏବଂ ଏହା ପଛରେ କୌଣସି ବିଶେଷ କାରଣ ରହିଛି କି ନାହିଁ, ତଦନ୍ତ ଶେଷ ହେବା ପରେ ହିଁ ସ୍ପଷ୍ଟ ହେବ।



