
ମୟୁରଭଞ୍ଜ ଏବଂ କେନ୍ଦୁଝର ସୀମାନ୍ତ ଦେଓ ନଦୀ ପୋଲ ଉପରରେ ଏକ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା ଘଟିଛି । ସନ୍ଧ୍ୟା ସମୟରେ ଅଜଣା ଗାଡି ଧକ୍କାରେ ବାଇକ ଆରୋହୀଙ୍କର ଦୁର୍ଘଟଣା ସ୍ଥଳରେ ହିଁ ମୃତ୍ୟୁ ହୋଇଥିବା ବେଳେ ଅନ୍ୟଜଣେ ଗୁରୁତର ହୋଇପଡିଛନ୍ତି । ମୃତ ଯୁବକ ଜଣକ ହେଉଛନ୍ତି ବାର୍ହାକାମୁଡା ଗ୍ରାମର ବିଭୁ ବଡ଼ସରା ।
ଅନ୍ୟଜଣେ ଯୁବକ ହେଉଛନ୍ତି ଦୀନେଶ ପୂର୍ତ୍ତି । ଗୁରୁତର ଅବସ୍ଥାରେ ଦିନେଶ ପୂର୍ତ୍ତିକୁ କରଞ୍ଜିଆ ଉପଖଣ୍ଡ ଚିକିତ୍ସାଳୟରେ ଭର୍ତ୍ତି କରାଯାଇ ଚିକିତ୍ସା କରାଯାଉଛି । ଘଟଣା ସ୍ଥାଳରେ କରଞ୍ଜିଆ ପୋଲିସ ପହଁଚି ଅଧିକ ତଦନ୍ତ ଜାରିରଖିଛି ।