Breaking PLUSମୁଖ୍ୟ ଖବରରାଜନୀତିସେଲିବ୍ରିଟି
ରାଜନୀତିରେ ଯୋଗ ଦେଲେ ଅଭିନେତ୍ରୀ କଙ୍ଗନା ଶର୍ମା

ନୂଆଦିଲ୍ଲୀ : ଅଭିନେତ୍ରୀ କଙ୍ଗନା ଶର୍ମା ଗୁରୁବାର ‘ଏଏପି’ରେ ଯୋଗ ଦେଇଛନ୍ତି। ଏ ନେଇ ଟୁଇଟ୍ କରି ସୂଚନା ଦେଇଛନ୍ତି। ଅରବିନ୍ଦ କେଜ୍ରିୱାଲଙ୍କ ନୀତି ଦ୍ୱାରା ବଲିଉଡର ପ୍ରସିଦ୍ଧ ଅଭିନେତ୍ରୀ ତଥା ମଡେଲ ,ଗାୟକ କଙ୍ଗନା ଶର୍ମା ‘ଆମ ଆଦମୀ’ ପାର୍ଟିରେ ଯୋଗ ଦେଇଛନ୍ତି ବୋଲି ଟୁଇଟ୍ରେ ଲେଖାଯାଇଛି। ଗତ କିଛି ଦିନ ହେବ ରାଜନୀତିରେ ପ୍ରବେଶ କରିବେ ବୋଲି ଚର୍ଚ୍ଚା ହେଉଥିଲା। କଙ୍ଗନା ଶର୍ମା ହେଉଛନ୍ତି ଜଣେ ହରିୟାଣୀ ଅଭିନେତ୍ରୀ । ଅଭିନୟ କରିବା ପୂର୍ବରୁ ସେ ମଡେଲିଂ କରୁଥିଲେ ଏବଂ ପରେ ସେ ଫିଲ୍ମ ଜଗତରେ କ୍ୟାରିୟର ଆରମ୍ଭ କରିଥିଲେ । ଅଭିନେତ୍ରୀ କଙ୍ଗନା ଶର୍ମା ନିଜର ଅଭିନୟ ଛାଡି ରାଜନୀତିରେ ଯୋଗ ଦେଇଥିବା ଟ୍ୱିଟ କରି କହିଛନ୍ତି ।


